www.samajalive.in
Wednesday, December 10, 2025
17.1 C
Bhubaneswar

ବୌଦ୍ଧର ଅନନ୍ୟ ପର୍ଯ୍ୟଟନସ୍ଥଳୀ ହେବ କୂଆକୁଦ ଦୀପପୁଞ୍ଜ

ହରଭଙ୍ଗା: ବୌଦ୍ଧ ଜିଲାରେ ପର୍ଯ୍ୟଟନ ପାଇଁ ଭରପୁର ଭିତ୍ତିଭୂମି ରହିଛି। ଏହି ଜିଲାରେ ଲୁକ୍କାୟିତ ଅବସ୍ଥାରେ ରହିଥିବା ଅନେକ ପର୍ଯ୍ୟଟନ ଭିତିଭୂମି ବିକାଶ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଗଠନମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଯାହାଫଳରେ ଆଗାମୀ ଦିନରେ ଓଡିଶାର ମଧ୍ୟଭାଗରେ ଅବସ୍ଥିତ ବୌଦ୍ଧଜିଲା ପର୍ଯ୍ୟଟନ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

 

- Advertisement -

ହରଭଙ୍ଗା ବ୍ଲକ ଅର୍ନ୍ତଗତ ପରଗଳପୁରସ୍ଥିତ ମହାନଦୀ ମଧ୍ୟଭାଗରେ ଥିବା କୂଆକୁଦ ଦୀପପୁଞ୍ଜର ବିକାଶ ପାଇଁ ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏଭଳି ଏକ ଅନନ୍ୟ ପର୍ଯ୍ୟଟନସ୍ଥଳର ବିକାଶ ପାଇଁ ଏକ ୬ଜଣିଆ ପ୍ରତିନିଧିଦଳ କୁଆକୁଦ ଦୀପପୁଞ୍ଜ ପରିଦର୍ଶନ କରିଛନ୍ତି। ଟିମ ପକ୍ଷରୁ କୁଆକୂଦରେ ଥିବା ୨୦ଏକର ୪୬ଡେସିମିଲ ଜମିର ଭିତ୍ତିଭୂମି ପରିଦର୍ଶନ କରିବା ସହିତ ସେଠାରେ ଏକ ବୌଦ୍ଧ ସ୍ତୂପ ଓ ଯୋଗ ମଣ୍ଡପ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର, ହରଭଙ୍ଗା ବିଡିଓ ସୁବାଷ ଚନ୍ଦ୍ର ଜାନୀ, ଧଳପୁର ଆରଆଇ ପଙ୍କଜ କହଁର, ଖଡିଆଳ ବିପାଶାନା କେନ୍ଦ୍ରର ୩ଜଣ ସଦସ୍ୟଙ୍କ ସହିତ ସମ୍ବଲପୁର ବିଶ୍ୱବିଦ୍ୟାଲୟେ ଜଣେ ରସାୟନ ବିଜ୍ଞାନ ଅଧ୍ୟାପକ ପ୍ରମୁଖ କୂଆକୁଦ ଦୀପପୁଞ୍ଜ ପର୍ଯ୍ୟଟନସ୍ଥଳ ପରିଦର୍ଶନରେ ଯାଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories