www.samajalive.in
Saturday, December 6, 2025
15.1 C
Bhubaneswar

ହାତୀ ଦଳିଦେଲା ୧୦ଭରଣରୁ ଊର୍ଦ୍ଧ୍ବ ଧାନ ଫସଲ, ଚିନ୍ତାରେ ଚାଷୀ

ଚିକିଟି: ଦିଗପହଣ୍ଡି ବନାଞ୍ଚଳରେ ଦୁଇଦିନ ହେଲା ଏକ ହାତୀପଲ ଆସି ଚାଙ୍ଗୁଡ଼ିଦେଇ ଜଙ୍ଗଲରେ ଡେରା ପକେଇଛନ୍ତି। ଖେମୁଣ୍ଡି କଲେଜ ନିକଟସ୍ଥ ମୌଳାଭଣଜା ରାଧାନଗର ଗାଁର ବାବୁ ଗୌଡ଼ ଏବଂ ମଧୁସୂଦନ ଗୌଡ଼ଙ୍କ ସମେତ ଅନ୍ୟ ଚାଷୀମାନଙ୍କର ପ୍ରାୟ ଏକର ଏକର ଚାଷ ଜମିର ଧାନ ଫସଲ ହାତୀ ପଲ ଦଳି ଚକୁଟି ନଷ୍ଟ କରିଦେଇଛନ୍ତି। ଚାଷୀମାନେ ନିଜ ନିଜ ଚାଷ ଜମିରେ ନଷ୍ଟ ହୋଇଥିବା ଫସଲ ଏବଂ ହାତୀର ମଳ ଦେଖି ଦିଗପହଣ୍ଡି ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ କର୍ମଚାରୀମାନେ ଚାଷ ଜମିରେ ସ୍ଥିତି ଦେଖି ଫେରିଛନ୍ତି। ସବୁ ବର୍ଷ ଖରିଫ ୠତୁ ଶେଷ ସମୟରେ ହାତୀ ପଲ ଆସି ଫସଲ ନଷ୍ଟ କରୁଥିବା ବେଳେ ଚଳିତ ବର୍ଷ ହାତୀ ପଲ ଆଗୁଆ ଆସିଯାଇଛନ୍ତି । ବିଲରେ ଧାନ ଫସଲରେ ଧାନ ଫୁଲ ଧରିଥିବା ସମୟରେହିଁ ହାତୀପଲ ଉପଦ୍ରବରେ ଫସଲ ନଷ୍ଟ ହୋଇଯାଇଛି। ତେବେ ଚାଷୀମାନେ କ୍ଷତିପୁରଣ ଦାବି କରିଛନ୍ତି। ରତନେଇ ଜଙ୍ଗଲରୁ ୯ଟି ହାତୀ ଦିଗପହଣ୍ଡି ବନାଞ୍ଚଳକୁ ଆସିଯାଇଥିବା ସୂଚନା ମିଳିଛି। ବନ ବିଭାଗ ହାତୀ ପଲ ଉପରେ ତୀକ୍ଷ୍ଣ ନଜର ରଖିଥିବା ଦିଗପହଣ୍ଡି ରେଞ୍ଜର ସୂଚନା ଦେଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories