www.samajalive.in
Friday, December 5, 2025
20.1 C
Bhubaneswar

ମମିତାଙ୍କ ଗାଁରେ ବିଜେପିର ବାଇକ ଶୋଭାଯାତ୍ରା

ଟିଟିଲାଗଡ଼ : ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ତୁରକେଲା ଥାନା ଝରନି ଗ୍ରାମର ମମିତା ମେହେରଙ୍କ ହତ୍ୟା ମାମଲାରେ ବିଜେପିର ବାଇକ ଶୋଭାଯାତ୍ରା । ମମିତାଙ୍କୁ ବିଦ୍ୟାଳୟ ମାଲିକ ଗୋବିନ୍ଦ ସାହୁ ଏବଂ ତାହାର ଗାଡି ଚାଳକ ଧ୍ରୁବ ଚଣ୍ଡୀ ହତ୍ୟା ଅଭିଯୋଗରେ ପୁଲିସ ଦ୍ୱାରା ଗିରଫ ହୋଇ ଏବେ ଜେଲରେ ଅଛନ୍ତି । ତେବେ ଘଟଣାକୁ ନେଇ ଏବେ ରାଜ୍ୟରେ ତୁମ୍ବିତୁଫାନ ଚାଲିଛି । ନିତ୍ୟ ବିଭିନ୍ନ ରାଜନୈତିକ ଦଳର ରାଜ୍ୟ ତଥା ଜାତୀୟ ସ୍ତରର ତୁଙ୍ଗ ନେତା ପରିବାରବର୍ଗଙ୍କୁ ସମବେଦନା ଦେବା ପାଇଁ ନିତ୍ୟ ଗହଳି ଲାଗିଛି । ଆଜି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବଲାଙ୍ଗୀର ସାଂସଦ ସଂଗୀତା ସିଂଦେଓ, ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର, ରାଜ୍ୟ ମୁଖପାତ୍ର, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ପିତାମ୍ବର ଆଚାର୍ୟ୍ୟ ପ୍ରମୁଖ ଏକ ୧୫ ଜାଣିଆ ଟିମ ମମିତାଙ୍କ ଗାଁକୁ ଗସ୍ତ କରି ପରିବାର ଲୋକଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ପରେ ରାଜ୍ୟରେ ଥିବା ଗୋବିନ୍ଦ ସାହୁ ମାନଙ୍କୁ ଦମନ କରିବା ଆବଶ୍ୟକ ବୋଲି କହିଛନ୍ତି । ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀରେ ବିଜେପି ଘଟଣାକୁ ନେଇ ସ୍ପଷ୍ଟ ଆଭିମୁଖ୍ୟ ଜଣାଇବ ବୋଲି କହିଛନ୍ତି । ତେବେ ଏଭଳି ଏକ ସ୍ପର୍ଶକାତର ଘଟଣାରେ ପରିବାର ତଥା ଗ୍ରାମବାସୀ ସ୍ତବ୍ଧ ହୋଇ ପଡ଼ିଥିବା ବେଳେ ବିଜେପି କର୍ମୀ ଗାଁରେ ଦଳୀୟ ପତାକା ଲଗାଇ ବାଇକ ଶୋଭାଯାତ୍ରା କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories