www.samajalive.in
Monday, December 8, 2025
14.1 C
Bhubaneswar

ଏନସିବି ଅଧିକାରୀ ୱାଙ୍ଖେଡେଙ୍କୁ ନୱାବ ମଲିକଙ୍କ ସତର୍କବାଣୀ

ମୁମ୍ବଇ: କ୍ରୁଜ ନିଶାସେବନ ଓ କାରବାର ମାମଲାରେ ଚଢଉର ନେତୃତ୍ୱ ନେଇଥିବା ଏନସିବି ଅଧିକାରୀ ସମୀର ୱାଙ୍ଖେଡେଙ୍କୁ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)ର ନେତା ତଥା ମହାରାଷ୍ଟ୍ର ସଂଖ୍ୟାଲଘୁ ଏବଂ କୌଶଳ ବିକାଶ ମନ୍ତ୍ରୀ ନୱାବ ମଲିକ ଆଉଏକ ଚେତାବନୀ ଦେଇଛନ୍ତି । ଟ୍ୱିଟ କରି ମଲିକ କହିଛନ୍ତି ଯେ ଖୁବଶୀଘ୍ର ସେ ‘ସ୍ପେଶାଲ ୨୬’ ପ୍ରକାଶ କରିବାକୁ ଯାଉଛନ୍ତି । ଉଲ୍ଲେଖଯୋଗ୍ୟ ଯେ ‘ସ୍ପେଶାଲ ୨୬’ ୨୦୧୩ରେ ମୁକ୍ତିଲାଭ କରିଥିବା ଏକ ଚଳଚ୍ଚିତ୍ରର ଶୀର୍ଷକ ଥିଲା, ଯେଉଁଥିରେ କିଛି ଠକ, ରାଜନେତା ଏବଂ ବ୍ୟବସାୟୀଙ୍କ ଠାରୁ ସେମାନଙ୍କର କଳାଟଙ୍କା ହଡପ କରିବା ଉଦ୍ଦେଶ୍ୟରେ ନିଜକୁ ସିବିଆଇ ଏବଂ ଆୟକର ବିଭାଗର ଅଧିକାରୀ ଭାବରେ ପରିଚୟ ଦେଇ ଚଢଉ କରିଥିଲେ । ଅନ୍ୟ ଏକ ଟ୍ୱିଟରେ ମଲିକ କହିଛନ୍ତି ଯେ ସେ ଜଣେ ଏନସିବି ଅଧିକାରୀଙ୍କ ନିକଟରୁ ଏକ ପତ୍ର ପାଇଛନ୍ତି । ତାହାର ବିଷୟବସ୍ତୁ ମଧ୍ୟ ସେ ଟ୍ୱିଟରରେ ଛାଡିବେ ।
ଏନସିବିର ମୁମ୍ବଇ ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖେଡେ ଜାଲ ଜାତିଗତ ପ୍ରମାଣପତ୍ର ଦେଇ ଏକ ସରକାରୀ ଚାକିରୀ ପାଇଛନ୍ତି କି ବୋଲି ସୋମବାର ଦିନ ଶ୍ରୀ ମଲିକ ପ୍ରଶ୍ନ କରିଛନ୍ତି । ଟ୍ୱିଟରରେ ସେ ସମୀରଙ୍କ ଜନ୍ମ ପ୍ରମାଣପତ୍ର ଏବଂ ତାଙ୍କର ବିବାହ ସମୟର ଫଟୋ ପୋଷ୍ଟ କରି ଶ୍ରୀ ମଲିକ କହିଛନ୍ତି, ଏଠାରୁ ଜାଲିଆତି ଆରମ୍ଭ ହୋଇଛି । ଜନ୍ମ ପ୍ରମାଣପତ୍ରରେ ସମୀରଙ୍କ ନାମ ସମୀର ଦାଉଦ ୱାଙ୍ଖେଡେ ବୋଲି ଲେଖାଯାଇଛି । ଏଥିସହିତ ଫଟୋରେ ସମୀରଙ୍କ ପ୍ରଥମ ବିବାହ ବେଳର ଚିତ୍ର ରହିଛି । ସମୀର ପ୍ରଥମେ ଡ.ଶବାନା କ୍ୟୁରେସି ନାମକ ଜଣେ ମହିଳାଙ୍କୁ ୨୦୦୬ରେ ବିବାହ କରିଥିଲେ । ପରେ ୨୦୧୬ରେ ସେମାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଥିଲା । ଏହାପରେ ସମୀର ଅଭିନେତ୍ରୀ କ୍ରାନ୍ତି ରେଡକରଙ୍କୁ ୨୦୧୭ରେ ବିବାହ କରିଥିଲେ । ପାଞ୍ଚଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ନୱାବ ମଲିକ ଦାବି କରିଛନ୍ତି ଯେ ଜନ୍ମ ପ୍ରମାଣପତ୍ର ଅନୁଯାୟୀ ୱାଙ୍ଖେଡେ ଜଣେ ଜନ୍ମିତ ମୁସଲମାନ, କିନ୍ତୁ ସେ ତାଙ୍କ ଜାତିଗତ ପ୍ରମାଣପତ୍ରରେ ଜାଲିଆତି କରି ୟୁପିଏସସି ପରୀକ୍ଷାରେ ଜଣେ ଭାରତୀୟ ରାଜସ୍ୱ ସେବାର ଅଧିକାରୀ (ଆଇଆରଏସ) ହୋଇପାରିଥିଲେ । ଅନ୍ୟପକ୍ଷରେ ସମୀର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ତାଙ୍କ ବାପା ଜଣେ ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଇନ୍ସପେକ୍ଟର ଧ୍ୟାନଦେବ କାଚରୁଜି ୱାଙ୍ଖେଡେ । ସେ ରାଜ୍ୟ ଅବକାରୀ ବିଭାଗରେ ପୁଣେରେ କାର୍ଯ୍ୟ କରୁଥିଲେ । ତାଙ୍କ ମା’ ଜାହିଦା ଜଣେ ମୁସଲମାନ ଥିଲେ । ଡ.ଶବାନା କ୍ୟୁରେସିଙ୍କୁ ବିବାହ କରିବା ଏବଂ ଆପୋଷ ସହମତିରେ ସେମାନଙ୍କ ମଧ୍ୟରେ ବିଚ୍ଛେଦ କଥାକୁ ସମୀର ସ୍ୱୀକାର କରିଛନ୍ତି । ସୂଚନାଯୋଗ୍ୟ ଯେ ଶ୍ରୀ ମଲିକଙ୍କ ଜ୍ୱାଇଁ ସମୀର ଖାଁଙ୍କୁ ଏକ ନିଶାଦ୍ରବ୍ୟ ମାମଲାରେ ଏନସିବି ଗିରଫ କରିବା ପରେ ଶ୍ରୀ ମଲିକ ସାମ୍ବାଦିକ ସମ୍ମିଳନୀ ଡାକି ତାଙ୍କ ଜ୍ମାଇଁଙ୍କୁ ମିଛ ମାମଲାରେ ଗିରଫ କରାଯାଇଥିବା କହିଥିଲେ । ସେବେଠାରୁ ସେ ସମୀର ୱାଙ୍ଖେଡେଙ୍କ ପଛରେପଡିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories