ହାର୍ଦିକଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି: ଡାକ୍ତରଖାନାରେ ଭର୍ତ୍ତି

0

ଅହମଦାବାଦ: ଅନଶନରେ ବସିଥିବା ପଟିଦାର ଅନାମତ ଆନ୍ଦୋଳନ ସମିତି (ପାସ୍) ନେତା ହାର୍ଦିକ ପଟେଲଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ଶୁକ୍ରବାର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପଟିଦାର ସମ୍ପ୍ରଦାୟଙ୍କ ପାଇଁ ସଂରକ୍ଷଣ ସୁବିଧା ଓ କୃଷକଙ୍କ ଋଣ ଛାଡ ଦାବିରେ ଅଗଷ୍ଟ ୨୫ରୁ ହାର୍ଦିକ ଅନଶନରେ ବସିଛନ୍ତି। ଶୁକ୍ରବାର ତାଙ୍କ ଅନଶନ ୧୪ଦିନରେ ପହଞ୍ଚିଛି। ପାସ୍ ପକ୍ଷରୁ ଗୁଜରାଟ ସରକାରଙ୍କୁ ୨୪ଘଣ୍ଟିଆ ମହଲତ ଦିଆଯାଇଥିବାବେଳେ ସରକାର କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି। ଗୁରୁବାର ରାତିରେ ୨୪ଘଣ୍ଟିଆ ମହଲତ ଶେଷ ହେବାରୁ ହାର୍ଦିକ ପାଣି ପିଇବା ଛାଡି ଦେଇଥିଲେ। ଫଳରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିଲା। ତାଙ୍କୁ ଏବେ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକ ଡାକ୍ତରୀ ଦଳ ତାଙ୍କ ସ୍ବାସ୍ଥ୍ୟାବସ୍ଥାର ତଦାରଖ କରୁଛନ୍ତି।

Leave A Reply