www.samajalive.in
Sunday, December 14, 2025
19.1 C
Bhubaneswar

ଫାଟୁଆରୋଗ ପ୍ରତିଷେଧକ ପାଇଁ ଗୃହପାଳିତ ପଶୁଙ୍କ ସାମୁହିକ ଟୀକାକରଣ

ହରଭଙ୍ଗା: ଅଭୟାରଣ୍ୟ ବନ୍ୟପ୍ରାଣୀ ଫାଟୁଆ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ହରଭଙ୍ଗା ବ୍ଲକରେ ଗାଈ, ଗୋରୁ, ଛେଳି ,ମେଣ୍ଢା ଭଳି ଗୃହପାଳିତ ପଶୁଙ୍କ ଦେହରେ ଫାଟୁଆରୋଗ ଚିହ୍ନଟ ହୋଇଛି। ଏହି ଅଞ୍ଚଳର ଗୃହପାଳିତ ପଶୁ ଫାଟୁଆରୋଗ ଆକ୍ରାନ୍ତ ହୋଇଥିବାରୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧିକାରୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଗୃପାଳିତ ପଶୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ କୁଶଙ୍ଗ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।

 

- Advertisement -

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଅଭୟାରଣ୍ୟ ମଧ୍ୟରେ ଥିବା ଅତଲସରା, ନୂଆପଡା, ହାତୀଗଡ, ବୁଢାଆମ୍ବ, ମାରଡା, ପଦ୍ମତୋଳା ଭଳି ସଂଲଗ୍ନ ଗାଁ ଗୁଡିକରେ ଗୃହପାଳିତ ପଶୁଙ୍କ ସାମୁହିକ ଟୀକାକରଣ ଆରମ୍ଭ କରାଯାଇଛି। ବିଶେଷକରି ଅଭୟାରଣ୍ୟ ନିକଟବର୍ତ୍ତୀ ଗାଁରେ ଥିବା ଗାଈ, ଗୋରୁଙ୍କୁ ବନ୍ୟପ୍ରାଣୀଙ୍କ ଠାରୁ ଭୁତାଣୁ ଜନିତ ଫାଟୁଆ ରୋଗ ବ୍ୟାପିବାର ଯଥେଷ୍ଟ ଆଶଙ୍କାଥିବାରୁ ଆଗୁଆ ପ୍ରତିଷେଧକ ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories