ସପ୍ତାହକ ଭିତରେ ନିର୍ଦେଶାବଳୀ ଲାଗୁ କରିବାକୁ ନିର୍ଦେଶ
ନୂଆଦିଲ୍ଲୀ: ଗୋହତ୍ୟା ଓ ଗୋଷ୍ଠୀବଦ୍ଧ ଆକ୍ରମଣ ପୂର୍ବକ ପିଟିପିଟି ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏକ ସପ୍ତାହ ମଧ୍ୟରେ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ଜାରି ନିର୍ଦେଶାବଳୀ କାର୍ଯ୍ୟକାରୀ କରିବାକୁ ସମସ୍ତ ରାଜ୍ୟଗୁଡିକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଦେଶରେ ଏହି ଭଳି ଘଟଣା ରୋକିବା ନିମନ୍ତେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ପୀଠ ଜୁଲାଇ ୧୭ରେ କେତେକ ନିର୍ଦେଶାବଳୀ ଜାରି କରିଥିଲେ। ମାତ୍ର ଇତିମଧ୍ୟରେ କେବଳ ୧୧ଟି ରାଜ୍ୟ ଏହି ନିର୍ଦେଶାବଳୀର କାର୍ଯ୍ୟକାରିତା ସମ୍ବନ୍ଧରେ ରିପୋର୍ଟ ଦାଖଲ କରିଛନ୍ତି। ଏଣୁ ଅନ୍ୟ ରାଜଗୁଡିକ ଆଗାମୀ ୧ ସପ୍ତାହ ମଧ୍ୟରେ ଏହ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମର୍କୋ ନିର୍ଦେଶ ଦେଇଛନ୍ତି। ଏଥିରେ ଖିଲାପ ହେଲେ ସମ୍ପୃକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ପଡିବ ବୋଲି କୁହାଯାଇଛି।