www.samajalive.in
Sunday, December 14, 2025
23.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ: ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କର ଓ ଏକକ ବ୍ୟବହାର ପ୍ଲାଷ୍ଟିକରୁ ଦୂରେଇ ରୁହ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଣି ଥରେ ପର୍ବପର୍ବାଣିରେ କିଣାକିଣି କରୁଥିବା ସମୟରେ ସ୍ଥାନୀୟ ଉତ୍ପାଦ କିଣିବାକୁ ଅନୁରୋଧ କରିଛନ୍ତି। ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ଶ୍ରୀ ମୋଦୀ କହିଛନ୍ତି ଯେ ଯଦି ଲୋକମାନେ ସ୍ଥାନୀୟ ଉତ୍ପାଦ କିଣନ୍ତି ତେବେ ଏହା ସ୍ଥାନୀୟ କାରିଗର ଏବଂ ବୁଣାକାରଙ୍କୁ ସାହାଯ୍ୟ କରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ମୁଁ ଆଶାକରେ ତୁମେ ମନେ ରଖିଛ ଯେ କିଣାକିଣି କରିବା ଅର୍ଥ ସ୍ଥାନୀୟ ଉତ୍ପାଦକୁ ଅଗ୍ରାଧିକାର ଦେବା। ଯଦି ତୁମେ ସ୍ଥାନୀୟ ଉତ୍ପାଦ କିଣୁଛ, ତେବେ ଏହି ପର୍ବ ସମସ୍ତଙ୍କ ମନକୁ ଆଲୋକିତ କରିବ ଏବଂ ଗରିବ ଭାଇ କିମ୍ବା ଭଉଣୀ, କିଛି କାରିଗର, କିଛି ବୁଣାକାର ଘର ମଧ୍ୟ ଆଲୋକିତ ହେବ।

- Advertisement -

ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରିବାକୁ କହିବା ସହ ମୋଦୀ ନାଗରିକମାନଙ୍କୁ ସେହି ଦ୍ରବ୍ୟ ଏବଂ ମିଳୁଥିବା ସ୍ଥାନ ସମ୍ବନ୍ଧରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେବାକୁ କହିଛନ୍ତି। ସେ କହିଛନ୍ତି, ଦ୍ରବ୍ୟ ଏବଂ ସ୍ଥାନ ବିଷୟରେ ସୋସିଆଲ୍ ମିଡିଆରେ କିଣିବାକୁ କହିଥିଲେ। ଭାରତୀୟ ବଜାରରେ ଚାଇନାର ଉତ୍ପାଦଗୁଡ଼ିକ ଅଧିକ ସଂଖ୍ୟାରେ ରହିଥିବାରୁ ମୋଦୀ ସ୍ଥାନୀୟ ଉତ୍ପାଦ କିଣିବା ପାଇଁ କହିଛନ୍ତି। ଗତ ଶୁକ୍ରବାର ଦିନ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସ୍ଥାନୀୟ ଉତ୍ପାଦ କିଣିବାକୁ ଆହ୍ୱାନ ଦେଇଥିଲେ।

ମନ କି ବାତରେ ଅନ୍ୟ ଏକ ପରାମର୍ଶରେ ସ୍ୱାସ୍ଥ୍ୟ ଏବଂ ପରିବେଶ ଉପରେ ଏହାର ପ୍ରତିକୂଳ ପ୍ରଭାବକୁ ଦୃଷ୍ଟିରେ ରଖି ମୋଦୀ ଲୋକଙ୍କୁ ଏକକ ବ୍ୟବହାର ପ୍ଲାଷ୍ଟିକରୁ ମୁକ୍ତି ପାଇବାକୁ କହିଛନ୍ତି। ସେ କହିଛନ୍ତି ମୁଁ ଯେତେବେଳେ ସ୍ୱଚ୍ଛତା ବିଷୟରେ କଥାବାର୍ତ୍ତା କରେ, ସେତେବେଳେ ଦୟାକରି ଏକକ ବ୍ୟବହାର ପ୍ଲାଷ୍ଟିକରୁ ମୁକ୍ତି ପାଇବାକୁ ଭୁଲନ୍ତୁ ନାହିଁ। କରୋନା ଭାଇରସ୍ ମୁକାବିଲା ଦିଗରେ ୧୦୦ କୋଟି ଟିକା ଡୋଜ ହାସଲ କରିବାରେ ସେମାନଙ୍କର ଅବଦାନ ପାଇଁ ମୋଦୀ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଶଂସା କରିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories