BJD Bijuli 480×75 Mob

ତିନି ଅପହରଣକାରୀଙ୍କୁ ପିଟିପିଟି ମାରିଦେଲେ

BJD Bijuli 480×75 Mob
0

ପାଟନା: ଜଣେ ସ୍କୁଲ ବାଳିକାକୁ ଅପହରଣ ଉଦ୍ୟମ ବେଳେ ତିନିଜଣ ସନ୍ଦିଗ୍ଧ ଅପରାଧୀଙ୍କୁ ଗାଁ ଲୋକେ ପିଟିପିଟି ହତ୍ୟା କରିଛନ୍ତି। ଶୁକ୍ରବାର ଅପରାହ୍ଣରେ ବିହାର ବେଗୁସରାଇ ଜିଲା ଛୌରାହି ଥାନାର ନାରାୟଣପୁର ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି। ଗାଁର ଏକ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରୀକୁ ଅପହରଣ କରିବା ଲାଗି ଦୁର୍ବୃତ୍ତମାନେ ଉଦ୍ୟମ କରିଥିଲେ। ୪ଜଣ ଦୁର୍ବୃତ୍ତ ବିଦ୍ୟାଳୟ ନିକଟକୁ ଆସି ଜଣେ ଛାତ୍ରୀଙ୍କ ବାବଦରେ ପଚରାଉଚୁରା କରିଥିଲେ। ଏହି ସମୟରେ କେତେକ ମହିଳା ବିଦ୍ୟାଳୟ ଦେଇ ଫେରୁଥିବାବେଳେ ଏ ସମ୍ପର୍କରେ ଶୁଣିବାକୁ ପାଇଥିଲେ। ମହିଳାମାନେ ଏହି କଥାବାର୍ତ୍ତା ସମ୍ପର୍କରେ ଗାଁ ଲୋକଙ୍କୁ ଜଣାଇଥିଲେ। ପରେ ଗାଁରୁ ୨୦-୨୫ ଲୋକ ଆସି ଦୁର୍ବୃତ୍ତମାନଙ୍କ ପିଛା କରିଥିଲେ। ପରେ ସେମାନେ ଦୁର୍ବୃତ୍ତଙ୍କୁ ଧରି ନିସ୍ତୁକ ପିଟିଥିଲେ। ଜଣେ ଦୁର୍ବୃତ୍ତ ଘଟଣାସ୍ଥଳରେ ପ୍ରାଣ ହରାଇଥିବାବେଳ ଆଉ ଦୁଇଜଣ ଡାକ୍ତରଖାନା ଯିବା ବାଟରେ ପ୍ରାଣହରାଇଥିଲେ। ମୃତକମାନେ ହେଲେ ନିକଟସ୍ଥ ଗ୍ରାମର ମୁକେଶ ମାହତୋ ଓ ବୌନା ସିଂହ। ଅନ୍ୟ ଜଣେ ସମସ୍ତିପୁର ଜିଲାର ହୀରା ସିଂହ। ଜଣେ ଦୁର୍ବୃତ୍ତ ଖସି ପଳାଇବାରେ ସଫଳ ହୋଇଥିଲା।

Leave A Reply