www.samajalive.in
Monday, December 15, 2025
16.1 C
Bhubaneswar

ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟରେ ସହିଦ ଦିବସ ପାଳିତ 

ବୌଦ୍ଧ :  ବୌଦ୍ଧ ବ୍ଳକ ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲାର ଦୁଇଜଣ ସହିଦଙ୍କ ସ୍ମୁତି ଉଦେଶ୍ୟରେ ବୌଦ୍ଧ ପୁଲିସପକ୍ଷରୁ ସହିଦ ଦିବସ ପାଳିତ ହୋଇଛି। ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ର ସହିତ ବିଭୁଧେନ୍ଦ୍ର ବିଶ୍ୱାଳ ଓ ସହିଦ ଗୋବିନ୍ଦ ପ୍ରଧାନଙ୍କ ଫଟୋ ଚିତ୍ରରେ ବିଧାୟକ ପ୍ରଦୀପ କୁମାର ଅମାତ, ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାନ୍ତି ପ୍ରମୁଖ ପୁଷ୍ପଗୁଛ ପ୍ରଦାନ କରିବା ସହ ସହିଦଙ୍କ ସ୍ମୃତି ଚାରଣ କରିଥିଲେ। ବିଧାୟକ ଶ୍ରୀଅମାତ ପଦ୍ମନପୁର ଠାରୁ ପୁର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତାକୁ ସହିଦ ବିଭୁଧେନ୍ଦ୍ର ବିଶ୍ୱାଳଙ୍କ ନାମରେ ନାମିତ କରିବା ସହ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବୁଦ୍ଧିଜୀବୀ ,ପଦ୍ମନପୁର ସରପଞ୍ଚ ପୟତାପ କିଶୋର ପରିଡା ଉପସ୍ଥିତ ଥିବା ସହ ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ। ସକାଳେ ଆଇଅରବି ବାଟାଲିୟନ ପରିସରରେ ଜିଲା ପୁଲିସ ପକ୍ଷରୁ ସହିଦ ଦିବସ ପାଳନ କରାଯାଇଥିଲା। ଜିଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାନ୍ତି ପୁଲିସ ପତାକା ଉତ୍ତେଳନ କରିବା ସହିତ ଦେଶ ପାଇଁ ସହିଦ ହୋଇଥିବା ଯବାନମାନଙ୍କ ନାମ ପାଠ କରିଥିଲେ। ଏହି ଅବସରରେ ସମସ୍ତ ଜିଲାସ୍ତରୀୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories