www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରଥମ ଓଡିଶା ଗସ୍ତରେ ରାଷ୍ଟ୍ରପତି ନେତାଜୀ ଜନ୍ମସ୍ଥାନକୁ ଯାଇଥିବାରୁ ଧନ୍ୟବାଦ ଅର୍ପଣ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ତାଙ୍କର ପ୍ରଥମ ଓଡିଶା ଗସ୍ତର ପ୍ରଥମ କାର୍ଯ୍ୟକ୍ରମ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ସ୍ଥାନ ଜାନକୀନାଥ ଭବନ ଯାଇ ନେତାଜୀଙ୍କୁ ଶ୍ରଦ୍ଧାସୁମନ ଦେଇଥିବାରୁ ରାଷ୍ଟ୍ରପତିଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଦେଶର ପ୍ରଥମ ରାଷ୍ଟ୍ରପତି ଯିଏ ନେତାଜୀଙ୍କ ଜନ୍ମସ୍ଥାନକୁ ଆସିଥିବାର କୁହାଯାଉଛି । ମହାମହିମ ରାଷ୍ଟ୍ରପତିଙ୍କର ଏହି କାର୍ଯ୍ୟକ୍ରମ ଦେଶର ବଳିଦାନୀ ଓ ନେତାଜୀଙ୍କ ଭଳି ବଳିଦାନର ପରମ୍ପରା ପ୍ରତି ଗଭୀର ସମ୍ମାନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ନେତାଜୀଙ୍କ ଜନ୍ମସ୍ଥାନରେ ନେତାଜୀଙ୍କ ଦସ୍ତଖତ ସମ୍ବଳିତ କାଗଜ ଓ ଜନ୍ମସ୍ଥାନ ବୁଲି ରାଷ୍ଟ୍ରପତି ମହୋଦୟ ଅତ୍ୟନ୍ତ ଖୁସୀ ହେଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ମହାମହିମ ରାଷ୍ଟ୍ରପତି କଟକ ପହଂଚିବା ପରେ କଟକର ଜନ ସାଧାରଣ ଯେପରି ହାତରେ ତ୍ରିରଙ୍ଗା ଧରି ବଡ ସଂଖ୍ୟାରେ ଉପସ୍ଥିତ ରହି ଉଚ୍ଛସିତ ସମ୍ବର୍ଧନା ଜଣାଇଲେ ମହାମହିମ ରାଷ୍ଟ୍ରପତି ବହୁତ ଖୁସି ହୋଇଛନ୍ତି ବୋଲି ସେ କହିଛନ୍ତି ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories