BJD Bijuli 480×75 Mob

ଆଠଗଡ: ୧୦ବର୍ଷ ପରେ ପାଳିତ ହେଲା କୁମାରୋତ୍ସବ

BJD Bijuli 480×75 Mob

ଆଠଗଡ: ଆଠଗଡ ଗଡଜାତ ଅଞ୍ଚଳର ପ୍ରାଚୀନ କଳା, ସଂସ୍କୃତି ଓ ପରମ୍ପରା ମହାନ ଏବଂ ଏହାକୁ ଉତ୍ତରପୀଢି ପାଇଁ ଉଜ୍ଜୀବିତ ରଖିବା ଆବଶ୍ୟକ ବୋଲି ଆଠଗଡରେ ଅନୁଷ୍ଠିତ କୁମାରୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ତଥା ରାଜ୍ୟ ଇନରହ୍ୱିଲ କ୍ଲବର ପୂର୍ବତନ ଅଧ୍ୟକ୍ଷା ଇନା ପୁରୋହିତ ମତ ପ୍ରକାଶ କରିଥିଲେ। ପ୍ରାୟ ୧୦ବର୍ଷ ବ୍ୟବଧାନ ପରେ ଆଠଗଡ ସାହିତ୍ୟ ସମାଜ, ଗଡଜାତ ପରିକ୍ରମା, ଇନରହ୍ୱିଲ କ୍ଲବ ଓ ମୁମ୍ବାଇ ସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଯୁବା’ ର ମିଳିତ ଆନୁକୁଲ୍ୟରେ ଗୁରୁବାର ଚାନ୍ଦବାଲି ଛକସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ କୁମାରୋତ୍ସବ ପାଳିତ ହୋଇଯାଇଛି । କୁମାରୋତ୍ସବ ସମିତିର ସଭାପତି କବୟିତ୍ରୀ ପୁଲିନ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପ୍ରଫେସର ପ୍ରଣତି ପଣ୍ଡା ଯୋଗଦେଇ ଆଠଗଡ ଏକ ସଂସ୍କୃତି ସଂପନ୍ନ ଅଞ୍ଚଳ ବୋଲି କହିବା ସହିତ କୁମାର ପୂର୍ଣ୍ଣିମାର ଆଧ୍ୟାତ୍ମକି ପୃଷ୍ଠଭୂମି ଏହା ପାଳନର ଉଦ୍ଦେଶ୍ୟ ଓ ବିଧି ସଂପର୍କରେ ଆଲୋକପାତ କରିଥିଲେ।

 

ଇନରହ୍ୱିଲ କ୍ଲବର ସଭାପତି ନିରଜନଳିନୀ ବେହେରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କୁମାର ଉତ୍ସବର ସଂପାଦିକା କଳ୍ପଲତା ଦାଶ ବିବରଣୀ ପାଠ କରିଥିଲେ। ଏହି ଅବସରରେ ସାରସ୍ୱତ କ୍ଷେତ୍ରରେ ପାରଦର୍ଶିତା ପାଇଁ ଫ୍ରପେସର ଡଃ ବନଲତା ମହାପାତ୍ର, ବାଲୁକା ଶିଳ୍ପୀ ଓମ୍‍ ପ୍ରକାଶ ବାରିକ ଓ ସେବା ପାଇଁ ଜିମସାରର ସେବିକା ସୁଚିତ୍ରା ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଇନରହ୍ୱିଲ କ୍ଲବର ସଂପାଦିକା ରାଜେଶ୍ୱରୀ ଗୋସ୍ୱାମୀ, ବରିଷ୍ଠ ସଦସ୍ୟ ମଞ୍ଜୁଳା ଦାସ, ବୀଣାପାଣି ଦାସ, ମନୋଜିନୀ ତ୍ରିପାଠୀ, ଦୀପାଳି ଦାଶ, ଗାୟତ୍ରୀ ଆଚାର୍ଯ୍ୟ, ଜସ୍ମିନ ପଟ୍ଟନାୟକ, ଅଞ୍ଜନା ମିଶ୍ର ଓ ପ୍ରଣତି ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଇନରହ୍ୱିଲ କ୍ଲବର ସଦସ୍ୟା ମଞ୍ଜୁଲତା ମହାଳିକ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ସାହିତ୍ୟ ସମାଜର ସଭାପତି ପ୍ରାଣକୃଷ୍ଣ ଦାଶ ଓ ଗଡଜାତ ପରିକ୍ରମାର ସଂପାଦକ ଲଲାଟେନ୍ଦୁ ସେନାପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ କଳାପ୍ରେମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସ୍ଥାନୀୟ କଳାକାରମାନଙ୍କ ଉଚ୍ଚକୋଟୀର ନୃତ୍ୟଗୀତରେ ଉପସ୍ଥିତ ଦର୍ଶକ ମନ୍ତ୍ରମୁଗ୍ଧ ହୋଇଥିଲେ।

Comments are closed.