ବାଙ୍କୀ : କଟକ ଜିଲ୍ଲା ଭାରପ୍ରାପ୍ତ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଦିନ ବାଙ୍କୀର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଏହି ଚଢାଉରେ ହରିରାଜପୁର ତାରେଣୀ ମନ୍ଦିର ନିକଟରେ ଋଷି ଗୋଚ୍ଛାୟତଙ୍କ ଠାରୁ ୧୨ ଲିଟର ଚୋରା ଦେଶୀ ରନ୍ଧା ମଦ, ଜାତମୁଣ୍ଡିଆ ଗୋଲେଇ ଛକ ନିକଟରୁ ହଳଦୀପଦା ଗ୍ରାମର ପପୁନା ଭୋଇଙ୍କ ଠାରୁ ୬୦ ଲିଟର ଦେଶୀ ରନ୍ଧା ମଦ ସହିତ ଗୋଟିଏ ସ୍କୁଟି ଜବତ କରାଯାଇଛି । ସେହିପରି ବ୍ରାହ୍ମଣିଆ ଗ୍ରାମର ନାଲୁ ଭୋଇଙ୍କ ଠାରୁ ଘୋଡାବର ଗ୍ରାମ ନିକଟବର୍ତ୍ତୀ ହନୁମାନ ମନ୍ଦିର ନିକଟରୁ ୪୦ ଲିଟର ଦେଶୀ ଚୋରା ରନ୍ଧା ମଦ ଅବକାରୀ ବିଭାଗ ଜବତ କରିଛି । ଏହି ଚଢାଉରେ ଅବକାରୀ ଏଏସଆଇ ଦିପକ କୁମାର ସାମଲ, କନେଷ୍ଟବଳ ସଂଜୟ ରାଉତ, ପୂର୍ଣ୍ଣଚନ୍ଦ୍ର ମାଝି ଓ ଶଙ୍କର ସିଂହ ପ୍ରମୁଖ ସାମିଲ ହୋଇଥିଲେ। ଅଭିଯୁକ୍ତ ମାନଙ୍କୁ ଅଦାଲତ ପଠାଯାଇଥିବା ସୂଚନା ମିଳିଛି ।
Popular Categories



