www.samajalive.in
Sunday, December 7, 2025
23.1 C
Bhubaneswar

ହାତୀ ଉପଦ୍ରବରେ କ୍ଷତିଗ୍ରସ୍ତ ପରିବାରଙ୍କୁ ବ୍ୟାଙ୍କ ମ୍ୟାନେଜରଙ୍କ ସହାୟତାରେ ଶାଢ଼ୀ ବଣ୍ଟନ

ଲାଞ୍ଜିଗଡ଼ : ଗତ ସପ୍ତାହ ତଳେ ବନ୍ଧପାରି ଓ ଲାଞ୍ଜି ପଞ୍ଚାୟତର ଡାହାଣୀପଦର,କାଞ୍ଚନ ମୁଖୀ, ଉପର କାଲସୁର,ବାଲିସରା ଇତ୍ୟାଦି ଗ୍ରାମରେ ଜଙ୍ଗଲୀ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଲୋକଙ୍କ ଘର ଭାଙ୍ଗିବା ସହିତ ଘରେଥିବା ଚାଉଳ, ଧାନ,ମାଣ୍ଡିଆ,କାନ୍ଧୁଲ ଆବାସ ପତ୍ର,ନିତ୍ୟ ବ୍ୟବହାର୍ୟ୍ୟ କପଡାକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଥିଲେ।ଏହି ପରିବାର ମାନଙ୍କ ପାଖରେ ପିନ୍ଧିବା ପାଇଁ ଶାଢୀ କି ରୋଷେଇ ପାଇଁ କୌଣସି ସାମଗ୍ରୀ ନଥିବା ଯୋଗୁଁ ଭୋକ ଉପାସରେ ରହିଥିବା ବେଳେ ସ୍ଥାନୀୟ ମୂଷାନାଳ ସ୍ଥିତ ମିଶନ ଅଶୋକ ଦୋରା(ଏମଏଡି)କର୍ମକର୍ତ୍ତା ମାନେ ଗାଁକୁ ଯାଇ ବିସ୍କୁଟ, ଚୁଡା, ମୁଢି, କଦଳୀ ଏବଂ ରୋଷେଇ ସାମଗ୍ରୀ ପ୍ରଦାନ କରିଥିଲେ। ଏନେଇ ସଂଘର କର୍ମକର୍ତ୍ତାମାନେ ଏହି କ୍ଷତିଗ୍ରସ୍ତ ପରିବାରଙ୍କୁ କିଛି ଶାଢ଼ୀ ଯୋଗାଇ ଦେବାକୁ ମୂଷାନାଳ ଶାଖା ଭାରତୀୟ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଜିତେନ୍ଦ୍ର କୁମାର ସାହୁଙ୍କ ସହିତ ଆଲୋଚନା କରିଥିଲେ। ଆଜି ମ୍ୟାନେଜର ଶ୍ରୀ ସାହୁଙ୍କ ସହାୟତାରେ ଶାଢୀ ଆଣି ଏମଏଡି କର୍ମକର୍ତ୍ତା ମାନେ ଏହି କ୍ଷତିଗ୍ରସ୍ତ ପରିବାର ମହିଳା ମାନଙ୍କୁ ୩୦ ରୁ ଉର୍ଦ୍ଧ୍ବ ଶାଢୀ ବଣ୍ଟନ କରିଥିଲେ।ଏହି କାର୍ୟ୍ୟକ୍ରମରେ ଏମଏଡି ସଂଘ ପକ୍ଷରୁ ସୁନୀଲ ନାୟକ, ନିତ୍ୟସୁନ୍ଦର ଦୋରା ଜଗତ ପାତ୍ର, ମନିଷ ମିଶ୍ର, ଧର୍ମେଦ୍ର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories