www.samajalive.in
Thursday, December 11, 2025
16.1 C
Bhubaneswar

ଭବାନୀପାଟଣାରେ ୬୨ତମ ପୁଲିସ ସହିଦ୍ ଦିବସ ପାଳିତ

ଭବାନୀପାଟଣା : ସ୍ଥାନୀୟ ରିର୍ଜଭ ପୁଲିସ ପଡିଆଠାରେ କଳାହଣ୍ଡି ଜିଲ୍ଲା ପୁଲିସ ପକ୍ଷରୁ ୬୨ତମ ପୋଲିସ ସହିଦ୍ ଦିବସ-୨୦୨୧ ପାଳିତ ହୋଇଯାଇଅଛି । ଗତ ୧ ବର୍ଷ ମଧ୍ୟରେ ସମଗ୍ର ଦେଶରେ ଶହୀଦ୍ ହୋଇଥିବା ୩୭୭ ଜଣ ପୋଲିସ ଜବାନଙ୍କୁ ସ୍ମୃତି ଉଦ୍ଦେଶ୍ୟରେ ୨୧ ତାରିଖ ଗୁରୁବାର ଦିନ ଜିଲ୍ଲା ଏସପି ଡ. ଶ୍ରବଣ ବିବେକ ଏମ୍. ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶହୀଦ୍ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ସମଗ୍ର ଦେଶର ବିଭିନ୍ନ ରାଜ୍ୟରେ ଏକ ବର୍ଷ ମଧ୍ୟରେ ଶହୀଦ୍ ହୋଇଥିବା ୩୭୭ ଜଣ ଶହୀଦ୍ ହୋଇଥିବା ଯବାନ ମାନଙ୍କ ନାମ ମଧ୍ୟ ଘୋଷଣା କରିଥିଲେ । ଏମାନଙ୍କ ମଧ୍ୟରୁ ଆମ ଓଡିଶାର ୪ ଜଣ ଶହୀଦ୍ ଯବାନ ସୁନୀଲ ନାଏକ, ଦେବାଶିଷ ସେଠୀ, ସୁଧିର କୁମାର ଟୁଡୁ ଓ ଅନିଲ ପ୍ରକାଶଙ୍କ ସହ ମହାମାରୀ କୋଭିଡ୍ ସହ ସଂଗ୍ରାମ କରି ପ୍ରାଣ ହରାଇଥିବା ୨୨ ଜଣ କୋଭିଡ୍ ଯୋଦ୍ଧାଙ୍କୁ ମଧ୍ୟ ଏସପି ଶ୍ରୀ ବିବେକ ଏମ୍. ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।  ଭବାନୀପାଟଣା ରିର୍ଜଭ ପୁଲିସ ଇନ୍ସିପେକ୍ଟର ଏ. ବିଶେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବ ଓ ପ୍ୟାରେଡରେ  ଅନ୍ୟମାନଙ୍କ ମଧ୍ୟରେ ଏସପି ଶ୍ରୀ ବିବେକ ଏମ୍. ଙ୍କ ସହ ଏଏସପି ବିଜୟ କୁମାର ନନ୍ଦ, ଏଏସପି ବେଣୁଧର ଭୋଇଙ୍କ ସହ ସଦର ଏସଡିପିଓ ଏସ୍. ହେମ୍ବ୍ରମ୍, ଟାଉନ୍ ଆଇଆଇସି ପ୍ରଦୀପ କୁମାର ଧରୁଆ, ସଦର ଥାନା ଆଇଆଇସି ବାସୁଦେବ ଛତ୍ରିଆ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ତଥା ବହୁ ଅବସରପ୍ରାପ୍ତ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ପୁଲିସ ବାହିନୀର ଆତ୍ମବିଶ୍ୱାସ, ପ୍ରଗତି ଓ ଅସାମାଜିକ ଶକ୍ତି ବିରୁଦ୍ଧରେ ଅସାଧାରଣ ସଂଗ୍ରାମ ହିଁ ସେମାନଙ୍କୁ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସ ଭାଜନ କରାଯାଇଥାଏ ବୋଲି ଜିଲ୍ଲା ଏସପି ପ୍ରକାଶ କରିବା ସହ ଶହୀଦ୍ ମାନଙ୍କ ବଳିଦାନ ଓ ସାହସୀକତାର ଭୂୟସୀ ପ୍ରଶଂସା କରିଥିଲେ। ଏହି ଦିବସ ପାଳନ ଅବସରରେ ରାଜ୍ୟ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଦେଇଥିବା ଶୁଭେଚ୍ଛା ବାର୍ତ୍ତାକୁ ଏସପି ପାଠ କରିଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories