www.samajalive.in
Thursday, December 11, 2025
16.1 C
Bhubaneswar

ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା 

ନବରଙ୍ଗପୁର: ମାଲକାନଗିରି ଜିଲ୍ଲା ଆଇନଜୀବୀ ସଂଘ ର ବରିଷ୍ଠ ସଦସ୍ୟ ପ୍ରହଲ୍ଲାଦ ଦୋରାଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଜିଲ୍ଲା ଆଇନଜୀବୀ ସଂଘ ପକ୍ଷରୁ ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଛି। ସଂଘ ସଭାପତି ଆଶିଷ ରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ରାମ ପ୍ରସାଦ ପାତ୍ର ମଞ୍ଚ ପରିଚାଳନା କରିଥିଲେ। ଦୀର୍ଘ ଦିନ ଅସୁସ୍ଥ ଥିବା ଦୋରାଙ୍କ   ଭୁବନେଶ୍ୱର  ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୦ ତାରିଖ ସନ୍ଧ୍ୟା ୫ଟା ସମୟରେ ପରଲୋକ ହୋଇଯାଇଛି। ସେ ଜଣେ ଦକ୍ଷ ଆଇନଜୀବୀ ଭାବେ ଗରିବ ତଥା ନିଃସହାୟ ମାନଙ୍କୁ ଆଇନସେବା ପ୍ରଦାନ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ସଦସ୍ୟ ରହିବା ସହ ଉପବାଚସ୍ପତି ଭାବେ ନିଷ୍ଠାପର ଦାୟିତ୍ଵ ସମ୍ପାଦନ କରିଥିଲେ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ଗଠିତ ହୋଇଥିବା କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ଦାୟିତ୍ଵ ନିର୍ବାହ କରି ଚାଲିଥିବା ଆନ୍ଦୋଳନକୁ ଆଗକୁ ନେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଦୋରାଙ୍କ ଅମର ଆତ୍ମାଙ୍କ ସଦଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା। ସଂଘ ଯୁଗ୍ମ ସମ୍ପାଦକ ସନ୍ତୋଷ ନାୟକ, କୋଷାଧ୍ୟକ୍ଷ ବିଧୁଶେଖର ତ୍ରିପାଠୀ, ଆଇନଜୀବୀ ନରସିଂହ ନାଥ ତ୍ରିପାଠୀ, ଶଶିଗିରି ରାଓ,  ସମରେଶ ଗନ୍ତାୟତ, ପ୍ରଫୁଲ୍ଲ ସିଂ, ବରୁଣ କୁମାର ନାୟକ,ମହେଶ୍ୱର ମହାପାତ୍ର, ଦିନେଶ ରାଜ କର୍କରା, ସଞ୍ଜିବ କୁମାର ଭକ୍ତ, ତୁଳସୀ ରାମ ସମରଥ, ଉପେନ୍ଦ୍ର ବିଷୋୟୀ, ସିରାଜୁଦ୍ଧିନ ଅହମ୍ମଦ, ପଙ୍କଜିନୀ ତ୍ରିପାଠୀ, ଅଜିତା ଦାସ, ସଞ୍ଜୟ ପ୍ରଦୀପ ସୁନା, ସୁଦାମ ସରାବୁ, ଏସ୍. ଜଗଦୀଶ, ଗୋପାଳ ଶତପଥି, ତପନ ସିଂ ପ୍ରମୁଖ ଉପସ୍ଥିତ ଥିଲେ।।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories