www.samajalive.in
Friday, December 12, 2025
16.1 C
Bhubaneswar

୪ ଲୁଟେରା ଗିରଫ,ବୃଦ୍ଧ ଗୁରୁତର

ବାଙ୍କୀ : ମଙ୍ଗଳବାର ଦିନ ବିଳମ୍ବିତ ରାତ୍ରିରେ ୪ଜଣ ଲୁଟେରା ୨ଟି ମୋଟର ସାଇକେଲରେ ବାଙ୍କୀ ଆସି ଆତଙ୍କ ସୃଷ୍ଟି କରିବା ସହିତ ଲୁଟେରାଙ୍କ ଆକ୍ରମଣରେ କରବର ଗ୍ରାମର ଅରକ୍ଷିତ ଦଳେଇ(ବିକଳ) ଗୁରୁତର ଭାବରେ ଆହାତ ହୋଇଛନ୍ତି । ସୂଚନାରୁ ଜଣାପଡିଛି ଯେ ମଙ୍ଗଳବାର ଦିନ ରାତ୍ରିରେ କରବର ଗ୍ରାମର ଅରକ୍ଷିତ ଦଳେଇ ନିଜ ଦୋକାନରେ କାମ ସାରି ବିଶ୍ରାମ ନେଇଥିଲେ । ରାତ୍ରି ୨ ଟା ବେଳକୁ ୨ଟି ମୋଟର ସାଇକେଲରେ ୪ ଜଣ ଅଜଣା ବ୍ୟକ୍ତି ଦୋକାନରୁ ଥଣ୍ଡା ଓ ପେଟ୍ରୋଲ ନେବା ପାଇଁ ଦୋକାନୀକୁ ଉଠାଇ ଆକ୍ରମଣ କରାଇଥିଲେ । ଲିଖିତ ଅଭିଯୋଗ ଅନୁଯାଇ ଦୋକାନୀଙ୍କ ଠାରୁ ୧୧୦୦ ଟଙ୍କା ସହ ଦୋକାନରେ ଥିବା ଗ୍ୟାସ୍ ଟାଙ୍କିକୁ ନେଇ ପଳାଉଥିଲା ବେଳେ ପଛ ପଟୁ ଦୋକାନୀ ଭିଡି ଧରିବାରୁ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ । ପାଟି ଶୁଣି ସ୍ଥାନୀୟ ଲୋକ ପିଛା କରିଥିଲେ। ପରେ ପରେ କଟକ-ବାଙ୍କୀ ରାସ୍ତାର ଶିଶୁଆ ଠାରେ ଜଣେ ମାଛ ବ୍ୟବସାୟୀଙ୍କୁ ଟଣା ଓଟରା କରି ଖସି ଯାଉଥିଲା ବେଳେ ବାଙ୍କୀରୁ ଆସୁଥିବା ମାଛ ବ୍ୟବସାୟୀ ମାନେ ସଂଘବଦ୍ଧ ଭାବରେ ଗୋଡାଇ ସ୍ଥାନୀୟ ସୁନାଦେଇ ପାହାଡ ନିକଟରେ ଲୁଟେରା ମାନଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ବାଙ୍କୀ ପୁଲିସ ସେମାନଙ୍କୁ ଗିରଫ କରି ପଚରା ଉଚରା କରୁଛି । ବାଙ୍କୀ ଥାନା ଅଧିକାରୀ ସୈାମେନ୍ଦୁ କୁମାର ତ୍ରିପାଠୀଙ୍କ ସୂଚନାକ୍ରମରେ ଲୁଟେରା ଦିପକ କୁମାର ମହାରଣା (୨୨), ମହେଶ୍ୱର ଦାସ(୨୩), ଉତ୍ତମ କୁମାର ଭୋଇ(୨୪),ପ୍ରେମ୍ ମୋଦୀ(୨୫) ଯଥାକ୍ରମେ ବଢେଇ ସାହି କଟକ, ଯାଜପୁର ବିଞ୍ଝାରପୁର ଗ୍ରାମ, ପୁରୀ ଓ ପଶ୍ଚିମବଙ୍ଗର ଖଡଗପୁର ଅଂଚଳର। ସମସ୍ତ ଲୁଟେରା କଟକ ସିଡିଏ ଅଂଚଳରେ ରହି ବିଭିନ୍ନ ଅଂଚଳରୁ ଲୁଟ୍ କରୁଥିବା ପ୍ରାଥମିକ ତଦନ୍ତରୁ ପୋଲିସ ସୂଚନା ପାଇଛି। ଅଭିଯୁକ୍ତଙ୍କ ଠାରୁ ୨ଟି ମୋଟର ସାଇକେଲ ଜବତ କରିଛି । ସେଥି ମଧ୍ୟରୁ ହିରୋ ସ୍ପେଣ୍ଡର ପ୍ଲସ୍ ଗାଡିଟି ବାରଙ୍ଗ ଥାନା ଅଧିନ ଗୋଡିସାହି ଅଂଚଳରୁ ଗତ କାଲି ଲୁଟ୍ କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି । ସମସ୍ତ ଲୁଟେରାଙ୍କୁ ଗୁରୁବାର ଦିନ ଅଦାଲତ ପଠାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories