ନୀଳଗିରି : କଳାହାଣ୍ଡିର କନ୍ୟା ତଥା ଶିକ୍ଷୟିତ୍ରୀ ମମତା ମେହେରଙ୍କୁ ନ୍ୟାୟ ଦାବିରେ ବାଲେଶ୍ୱର ଜିଲା ଅଧୀନ ନୀଳଗିରିସ୍ଥିତ ଦୁର୍ଗାମଣ୍ଡପ ଛକରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ସେହିପରି ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଇସ୍ତଫା ଦାବି କରାଯିବା ସହ ଏହି ଘଟଣାରେ ଯୁବମୋର୍ଚ୍ଚା ପକ୍ଷରୁ ସିପିଆଇ ତଦନ୍ତ ଦାବି କରାଯାଇଥିଲା। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପୂର୍ବତନ ଜିଲା ଯୁବମୋର୍ଚ୍ଚା ସଭାପତି ସମର ଶଙ୍କର କାନୁନଗୋ, ଜିଲା ଯୁବମୋର୍ଚ୍ଚା ଉପସଭାପତି ସୂର୍ଯ୍ୟକାନ୍ତ ବିଶ୍ୱାଳ, ଜିଲା ଯୁବମୋର୍ଚ୍ଚା ସମ୍ପାଦକ ଦେବାଶିଷ ଆଚାର୍ଯ୍ୟଙ୍କ ସମେତ ପ୍ରଫୁଲ ଦଳାଇ, ରାକେଶ ମହଲ, ଚନ୍ଦ୍ରଶେଖର ପଣ୍ଡା, ରାଜେନ୍ଦ୍ର ପ୍ରଧାନ, ରମାକାନ୍ତ ନାୟକ, କୈଳାସ ଚନ୍ଦ୍ର ରାଉତ, ଚିନ୍ମୟ କରଙ୍କ ସମେତ ୩୦ରୁ ଅଧିକ କର୍ମୀ ସାମିଲ ଥିଲେ।
Popular Categories



