www.samajalive.in
Saturday, December 13, 2025
14.1 C
Bhubaneswar

ହଜିଗଲା ମାନବିକତା: ଜାତିପ୍ରଥା ପାଇଁ ଶବକୁ ମିଳିଲାନି କାନ୍ଧ, ସ୍ତ୍ରୀ ଓ ମା’ଙ୍କ କାନ୍ଧରେ ମୃତଦେହ

ନବରଙ୍ଗପୁର: ହଜିଗଲା ମାନବିକତା, ଜାତିପ୍ରଥା ପାଇଁ ଶବକୁ ମିଳିଲାନି କାନ୍ଧ, ଶେଷରେ ସ୍ତ୍ରୀ ଓ ମା’ଙ୍କ କାନ୍ଧରେ ମଶାଣୀକୁ ଗଲା ଶବ। ଆଜିର ସଭ୍ୟ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚିରହିଛି। ଜାତି ପ୍ରଥା ଯୋଗୁଁ ଶବକୁ ମିଳିଲାନି ଜାତି ଭାଇଙ୍କ କାନ୍ଧ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଂଗ୍ରା ଗ୍ରାମରେ।ନବରଙ୍ଗପୁର ଜିଲ୍ଲାରେ ଜାତି ପ୍ରଥାକୁ ନେଇ ଅନେକ ନିଆଁ ପାଣି ଭଳି ସାମାଜିକ ବାସନ୍ଦର ଖବର ଅନେକ ଥର ସାମ୍ନାକୁ ଆସିଛି। କିନ୍ତୁ ଜାତିପ୍ରଥାକୁ ନେଇ ହୋଇଥିବା ସାମାଜିକ ବାସନ୍ଦରେ ଶବ ଦାହ ନିମନ୍ତେ ଚାରି କାନ୍ଧ ଦେବାକୁ ଜାତିଭାଇ ମିଳିଳେନି। ଅନ୍ୟ ସମ୍ପ୍ରଦାୟରୁ କାନ୍ଧ ଦେବାକୁ ଚାହୁଁଥିବା ଯୁବକଙ୍କୁ ମଧ୍ୟ ବାରଣ କରାଗଲା।

ଶେଷରେ ବାଧ୍ୟ ହୋଇ ପରିବାରର ଜଣେ ପୁରୁଷଙ୍କ ସମେତ ଅନ୍ୟ ତିନିଜଣ ମହିଳା ଶବ କାନ୍ଧ ଦେବା ଠାରୁ ଆରମ୍ଭ କରି ଶବ ସଂସ୍କାର କରିଥିଲେ। ଏଭଳି ଏକ ହୃଦୟ ବିଦାରକ ଘଟଣା ଆସିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଂଗ୍ରା ପଞ୍ଚାୟତ ଯାନୀ ସାହିରେ। ସାହିରେ ରହୁଥୁବା ସାରଥୀ ଯାନୀଙ୍କ ପୁଅ ଜଗବନ୍ଧୁ ଯାନୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା। ପରିବାର ପକ୍ଷରୁ ଜଗବନ୍ଧୁଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଜଗବନ୍ଧୁଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା। ଡାକ୍ତରଖାନାରେ ମୃତକ ଜଗବନ୍ଧୁଙ୍କ ସାନ ସ୍ତ୍ରୀ ଓ ମା’ ଥିବା ବେଳେ ଖବର ପାଇ ସାହାଯ୍ୟ କରିବା ପାଇଁ ଗ୍ରାମର ଅନ୍ୟ ସମ୍ପ୍ରଦାୟର ୩ ଯୁବକ ପରଦେଶୀ ସଗରୀଆ, ସରୋଜ ହିଆଲ ଓ ମନନ୍ତ ହିଆଲ ଆସି ପହଞ୍ଚିଥିଲେ। ସେମାନେ ଆସି ଆମ୍ବୁଲାନସ ଯୋଗାଡ କରି ଗାଁକୁ ଶବ ନେବା ବ୍ୟବସ୍ଥା କରିଥିଲେ। ଗାଁରେ ଶବ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଜାତିପ୍ରଥାକୁ ନେଇ ସମସ୍ୟା। ଅନ୍ୟ ସମ୍ପ୍ରଦାୟର ଯୁବକ ଶବକୁ ଛୁଇଁବା ଅଭିଯୋଗ କରି ଜାତି ଭାଇମାନେ ଶବ ସତ୍କାର କରିବା ପାଇଁ ରୋକଠୋକ ମନା କରିଦେଇଥିଲେ ବୋଲି ପରିବାର ତରଫରୁ ଅଭିଯୋଗ ହୋଇଛି। ଏହା ସହ ଜାତିଭାଇମାନେ ଶବ ସତ୍କାର କରିବା ପାଇଁ ମନା କରିବାରୁ ସାହାଯ୍ୟ କରିବାକୁ ଯାଇଥିବା ଯୁବକମାନେ ଆଗେଇ ଆସିଥିଲେ ଶବ ସତ୍କାର କରିବା ପାଇଁ। ତେବେ ସେମାନଙ୍କୁ ବି ସତ୍କାର କରିବା ପାଇଁ ସୁଯୋଗ ଦିଆଯାଇନଥିଲା।

- Advertisement -

ଶେଷ ରେ ବାଧ୍ୟ ହୋଇ ମୃତକ ଜଗବନ୍ଧୁର ୨ ସ୍ତ୍ରୀ, ଜନ୍ମ କରିଲା ମା’ ଓ ବାପା ୪ କାନ୍ଧ ଦେଇ ଶବକୁ କୋକେଇରେ ମଶାଣୀକୁ ନେଇଥିଲେ। ଜାତି ପରମ୍ପରା ଅନୁଯାୟୀ ଶବ ସତ୍କାର କରାଯାଇଥିଲା। ମୃତକ ଜଗବନ୍ଧୁଙ୍କ ୨ କୁନି କୁନି ପୁଅ ଶବକୁ ମୁଖାଗ୍ନୀ ଦେଇଥିଲେ। ଜଗବନ୍ଧୁ ବିଶାଖାପାଟନାରେ ଦାଦନ ଖଟିବା ପାଇଁ ଯାଇଥିଲେ। ସେଠାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରୁ ସେ ଘରକୁ ଗତ ସପ୍ତାହରେ ଫେରିଥିଲେ ବୋଲି ଜଣାପଡିଛି। ତେବେ ଗୋଟିଏ ପଟେ ପରିବାର ସାମାଜିକ ବାସନ୍ଦ ଦ୍ୱାରା ଶବକୁ ଜାତି ଭାଇ ତରଫରୁ କାନ୍ଧ ମିଳିନଥିବା ବେଳେ ଅନ୍ୟ ପକ୍ଷରେ ସେ ପୂର୍ବରୁ ଥରେ ବାହା ହୋଇଥିଲେ ମଧ୍ୟ ଅନ୍ୟ ଜାତିର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଯାହା ସମାଜର ନିୟମ ବିରୋଧ। ତେଣୁ ସମାଜର ନିୟମ ଅନୁସାରେ ଅନ୍ୟ ଜାତିର ଝିଅକୁ ବିବାହ କରିଥିବାରୁ ତାଙ୍କୁ ବାସନ୍ଦ କରାଯାଇଥିବା ଏବଂ ତା ଶବକୁ ନିଜ ଜାତି ତରଫରୁ କାନ୍ଧ ଦିଆଯାଇନଥିବା ପ୍ରକାଶ କରିଛନ୍ତି ସମ୍ପ୍ରଦାୟ ଲୋକେ।

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories