www.samajalive.in
Saturday, December 13, 2025
14.1 C
Bhubaneswar

ଶ୍ରମିକ ନେତା ସ୍ବର୍ଗତ ଅହମ୍ମଦ ଓକିଲଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ନବରଙ୍ଗପୁର/ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ରାଜମିସ୍ତ୍ରୀ ସଂଘ କାର୍ଯ୍ୟାଳୟ ପରିସରରେ ଶ୍ରମିକ ନେତା ସ୍ବର୍ଗତ ଏନ ଅହମ୍ମଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିବା ବେଳେ ଏହି ପ୍ରତିମୂର୍ତ୍ତିକୁ ଆଜି ଜିଲ୍ଲା ଜଜ ଉନ୍ମୋଚନ କରିଛନ୍ତି। ପାପଡାହାଣ୍ଡି ରାଜମିସ୍ତ୍ରୀ ସଂଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ଦୌରା ଜଜ ଡ଼ଃ ସନ୍ତୋଷ ପଣ୍ଡା ମୁଖ୍ୟଅତିଥି, ସମ୍ମାନିତ ଅତିଥି ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ରତ୍ନାକର ସାହୁ, ପାପଡାହାଣ୍ଡି ତହସିଲଦାର ଜଗେଶ୍ୱର ଭୋଇ ଯୋଗଦେଇ ପ୍ରଥମେ ଶ୍ରମିକ ନେତା ତଥା ଆଇନଜୀବୀ ସ୍ବର୍ଗତ ଏନ ମହମ୍ମଦଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରି ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଏହି ଅବସରରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଏନ ଅହମ୍ମଦଙ୍କ ପୁତ୍ର ତଥା ଆଇନଜୀବୀ ସିରାଜୁଧୀନ ଅହମ୍ମଦ ସଭାପତିତ୍ୱ କରି ଅତିଥି ପରିଚୟ ପ୍ରଦାନ କରି ପିତାଙ୍କ ଶ୍ରମିକମାନଙ୍କ ପ୍ରତି ଥିବା ଅତୁଳନୀୟ ଅବଦାନର ସ୍ମୃତିଚାରଣ କରିଥିଲେ। ମଂଚାସୀନ ସମସ୍ତ ଅତିଥି ସ୍ବର୍ଗତ ଅହମ୍ମଦଙ୍କ ସ୍ମୃତି ଚlରଣ କରିବା ସହ ଶ୍ରମିକମାନଙ୍କ ପାଇଁ ସଂଗ୍ରାମ କରି ସବୁବେଳେ ଚର୍ଚ୍ଚାରେ ଥିବା ଶ୍ରୀ ଅହମ୍ମଦଙ୍କୁ ଜିଲ୍ଲାବାସୀ ସବୁଦିନ ପାଇଁ ମନେ ରଖିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ବି ଜଗ ମୋହନ ରାଓ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଈଶ୍ୱର ଚନ୍ଦ୍ର ପଟ୍ଟନାୟକ, ଜିଲ୍ଲା ରାଜମିସ୍ତ୍ରୀ ସଂଘ ସଭାପତି ବିପିନ ନାଗ, ବ୍ଲକ ରାଜମିସ୍ତ୍ରୀ ସଂଘ ସଭାପତି ଈଶ୍ୱର ନାୟକ, ପିପି ଆକମଲ ସରିଫ ପ୍ରମୁଖ ମଂଚାସୀନ ଥିବାବେଳେ ସଂଘ ସଦସ୍ୟ ନର୍ସିଙ୍ଗ ନାୟକ, ଯଦୁ ନାୟକ, ଶିବ ନାୟକ, କରୁଣାକର ଦଳେଇ ପ୍ରମୁଖ ସହଯୋଗ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ରାଜମିସ୍ତ୍ରୀ ସଂଘର କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories