www.samajalive.in
Sunday, December 7, 2025
26.1 C
Bhubaneswar

ସୁରଟ ପ୍ୟାକେଜିଂ କାରଖାନାରେ ବଡ ଧରଣର ଅଗ୍ନିକାଣ୍ଡ; ୨ ମୃତ, ୧୨୫ ଉଦ୍ଧାର

ସୁରଟ: ଏଠାରେ ଥିବା ଏକ ପ୍ୟାକେଜିଂ କାରଖାନାରେ ସୋମବାର ସକାଳେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅଗ୍ନିଶମ ବାହିନୀ ଉକ୍ତ କୋଠା ମଧ୍ୟରୁ ୧୨୫ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଛି । ନିଆଁଲିଭା କାମରେ ୧୦ରୁ ଅଧିକ ଅଗ୍ନିଶମ ଗାଡିକୁ ନିୟୋଜିତ କରାଯାଇଛି । କାରଖାନାରେ ନିଆଁ ଲାଗିଯିବା ପରେ ୫ ମହଲା ଉପରୁ ଭୟରେ କିଛି ଶ୍ରମିକ, କର୍ମଚାରୀ ତଳକୁ ଡେଉଁଥିବା ଦେଖିବାକୁ ମିଳିଥିଲା ।
ପୁଲିସ ସୂତ୍ରରୁ ପ୍ରକାଶ ଯେ କାଦୋଦରା ଶିଳ୍ପାଞ୍ଚଳର ଭାରେଲି ଅଞ୍ଚଳରେ ଥିବା କାରଖାନାରେ ଏହି ଅଗ୍ନିକାଣ୍ଡ ଘଟିଛି । ଶ୍ରମିକ, କର୍ମଚାରୀମାନେ ଭିଭା ପ୍ୟାକେଜିଂ କମ୍ପାନୀ ନାମକ ଏହି ସଂସ୍ଥାର ପଞ୍ଚମ ମହଲାରେ କାମ କରୁଥିବାବେଳେ ଭୋର ପ୍ରାୟ ୪.୩୦ରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିଶମ ବାହିନୀକୁ ଖବର ଦିଆଯିବା ପରେ ସେଠାରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁଲିଭା ଗାଡି ସହିତ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିବା ସହିତ ଭିତରେ ରହିଯାଇଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣାରେ ଦୁଇଜଣ ପୋଡିଯାଇ ପ୍ରାଣ ହରାଇଥିବା ବର୍ଦ୍ଦୋଳି ଡିଭିଜନ ପୁଲିସ ଡିଏସପି ରୁପାଲ ସୋଲାଙ୍କି କହିଛନ୍ତି । କାଦୋଦରା ଥାନା ଇନ୍ସପେକ୍ଟର ହେମନ୍ତ ପଟେଲ କହିଛନ୍ତି ଯେ ପ୍ରଥମେ କାରଖାନାର ପ୍ରଥମ ମହଲାରେ ନିଆଁ ଲାଗିବା ପରେ ତାହା ଖୁବଶୀଘ୍ର ଅନ୍ୟ ମହଲାଗୁଡିକୁ ବ୍ୟାପିଯାଇଥିଲା । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories