ଗୁରୁଡିଝାଟିଆ : ଶାରଦୀୟ ଦୂର୍ଗାପୂଜାରେ ନିଆରା ଢଙ୍ଗରେ ଅଭାବୀମାନଙ୍କୁ ନୂତନ ବସ୍ତ୍ର ବଣ୍ଟନ କରି ପୁଜାଉତ୍ସବ ପାଳନ କରିଛି ଆଠଗଡ ବିକାଶ ମଞ୍ଚ। ମଞ୍ଚର ସଭାପତି ସମାଜସେବୀ ମାନସ ବସ୍ତିଆ ଖୁଣ୍ଟୁଣୀ ନିକଟସ୍ଥ ରାଜାଆଠଗଡ ରେଳ ରହଣିସ୍ଥାନ ନିକଟରେ ଥିବା ବସ୍ତିରେ ପହଞ୍ଚିଥିଲେ। ସେଠରେ ଥିବା ଅଭାବୀ ଅସହାୟ ଦୁଃଖୀ ଓ ଦୃଷ୍ଟି ବାଧିତ ମହିଳାମାନଙ୍କୁ ନୂତନ ଲୁଗା ପ୍ରଦାନ କରି ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ।
Popular Categories



