ପିପିଲି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ ଅବସରରେ ପିପିଲି ବିଜେଡି ପକ୍ଷରୁ ବୃକ୍ଷରୋପଣ ଓ ସଫେଇ କାର୍ଯ୍ୟକ୍ରମ କରାଯାଇଛି । ପିପିଲିର ନବନିର୍ବାଚିତ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଶନିବାର ସକାଳେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ନିଜର କର୍ମୀ, ସମର୍ଥକ ଓ ଦଳର ପୁରୁଖାନେତାଙ୍କ ସହ ପହଞ୍ଚି ସେଠାରେ ସାମୁହିକ ସଫେଇ କରିଥିଲେ । ଡାକ୍ତରଖାନାରେ ଥିବା ରୋଗୀଙ୍କୁ ପାଉଁରୁଟି, କ୍ଷୀର ଓ ଫଳ ବଣ୍ଟନ କରିବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ପରେ ଦାଣ୍ଡମୁକୁନ୍ଦପୁରର ବାଲିପଡିଆ ଠାରେ ରୁଦ୍ର ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପିପିଲି ବ୍ଳକ ବିଜେଡି ସଭାପତି ପ୍ରଫୁଲ୍ଲ ସ୍ୱାଇଁ, ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ଧରଣୀଧର ସାହୁ, ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ପୂର୍ବତନ ପୌରାଧ୍ୟକ୍ଷ ସେକ୍ ବାବୁ ପ୍ରମୁଖ ଉପସ୍ଥିତ ଥିଲେ।




