bjd gruha runa

୩୪୧ ସିପାହି ଓ କନଷ୍ଟେବଳ, ୪୬ଏପିପି ପଦ ପୂରଣ ହେବ

BJD Bijuli 480×75 Mob
0

ଭୁବନେଶ୍ୱର: ରାଜ୍ୟରେ ୩୪୧ଟି ସିପାହି ଓ କନଷ୍ଟେବଳ ପଦ ପୂରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହି ପଦ ପୂରଣ ପାଇଁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ୧୬୮୦ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଥିବାବେଳେ ଆଉ ୩୪୧ଟି ପଦ ପୂରଣ ପାଇଁ ସରକାରଙ୍କ ନିଷ୍ପତ୍ତି ଯୋଗୁଁ ସମୁଦାୟ ୨୦୨୧ଟି ସିପାହି ଓ କନଷ୍ଟେବଳ ପଦ ପୂରଣ କରାଯିବ। ସେହିପରି ୪୬ଟି ନୂଆ ଏପିପି(ଆସିଷ୍ଟାଣ୍ଟ ପବ୍ଲିକ ପ୍ରସିକ୍ୟୁଟର) ପଦ ପୂରଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ସୂଚନାଯୋଗ୍ୟ ଯେ ଏପିପି କ୍ୟାଡ଼ରରେ ୨୦୯ଟି ପଦ ରହିଛି। ନିକଟରେ ୧୪୮ଟି ଏପିପି ପଦ ପୂରଣ କରାଯାଇଛି ଏବଂ ବର୍ତ୍ତମାନ ଏହି ପଦରେ ୧୬୩ଜଣ ଅଧିକାରୀ କାର୍ଯ୍ୟରତ ଅଛନ୍ତି। ଅବଶିଷ୍ଟ ୩୪୧ଟି ପଦ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଜରିଆରେ ପୂରଣ କରିବା ପାଇଁ ଅନୁମୋଦନ କରାଯାଇଛି।
ସେହିପରି ସ୍ନାତକୋତ୍ତର ଶିକ୍ଷକ(ପିଜିଟି) ପଦ ପାଇଁ ୧୫୪ଜଣ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଓପିଏସସି ଜରିଆରେ ୨୩୦ଟି ଗ୍ରୁପ-ବି ପାହ୍ୟାର ଶିକ୍ଷକ ପଦ ପୂରଣ କରିବା ପାଇଁ ଅନୁମୋଦନ କରାଯାଇଥିବାବେଳେ ଏହା ୧୫୪ଜଣ ପ୍ରାର୍ଥୀଙ୍କୁ ମନୋନୀତ କରିଛି। ସେମାନଙ୍କୁ ଖୁବ୍‍ ଶୀଘ୍ର ନିଯୁକ୍ତି ପତ୍ର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

Leave A Reply