www.samajalive.in
Thursday, December 11, 2025
27.1 C
Bhubaneswar

‘ଲଭ୍‍ରାତ୍ରି’ ର ଟାଇଟଲ୍‍କୁ ନେଇ ବିବାଦ

ନୂଆଦିଲ୍ଲୀ : ସଲମାନଙ୍କ ଭିଣେଇ ଆୟୁଷ ଶର୍ମାଙ୍କ ଚଳଚ୍ଚିତ୍ର ‘ଲଭ୍‍ରାତ୍ରି’ ବିବାଦ ଘେରରେ ଫଶି ରହିଛି। ଜଣେ ଓକିଲ ଗୁରୁବାର ବିହାର କୋର୍ଟରେ ଚଳଚ୍ଚିତ୍ରର ନାମ (ଟାଇଟଲ୍‍) କୁ ନେଇ ଅଭିଯୋଗ ଆଣିଛନ୍ତି। ଅଭିଯୋଗକାରୀ ସୁଧୀର କୁମାରଙ୍କ କହିବା ଅନୁସାରେ ଚଳଚ୍ଚିତ୍ରର ଏପରି ନାମ ହିନ୍ଦୁମାନଙ୍କ ଭାବନାକୁ ଆଘାତ କରିଛି। ଉପଖଣ୍ଡିୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‍ ଶୈଳେନ୍ଦ୍ର କୁମାର ଏହି ଅଭିଯୋଗକୁ ନେଇ ୧୨ ସେପ୍ଟେମ୍ବରରେ ରାୟ ଶୁଣାଇବେ। ତେବେ ଏହି ଚଳଚ୍ଚିତ୍ର ୫ ଅକ୍ଟୋବର ନବରାତ୍ରି ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି। ଓଝା କହିଛନ୍ତି, “ଏହି ଚଳଚ୍ଚିତ୍ର ମା’ ଦୁର୍ଗାଙ୍କୁ ଅପମାନ କରିଛି। ୫ ଅକ୍ଟୋବରରେ ଏହାକୁ ରିଲିଜ୍‍ କରାଯାଉଛି, ଯାହାକି ନବରାତ୍ରିର ପାଖାପାଖି ସମୟ। ଏହାଦ୍ୱାରା ହିନ୍ଦୁମାନଙ୍କ ଭାବନାକୁ ଆଘାତ ହୋଇପାରେ”।

ଏହା ପୂର୍ବରୁ ଯେତେବେଳେ ‘ଲଭ୍‍ରାତ୍ରି’ ର ଟ୍ରେଲର୍‍ ରିଲିଜ୍‍ ହେଇଥିଲା, ସେତେବେଳେ ମଧ୍ୟ ବିରୋଧର ସ୍ୱର ଉଠିଥିଲା। ଆଗ୍ରାର ଏକ ସଙ୍ଗଠନ ‘ହିନ୍ଦୁ ହି ଆଗେ’ ଏହି ଚଳଚ୍ଚିତ୍ରର ନାମକୁ ନେଇ ଆପତ୍ତି କରିବା ସହ କଡ଼ା ବିରୋଧ କରିଥିôଲା। ଏହାର ପୋଷ୍ଟର୍‍କୁ ମଧ୍ୟ ଜଳାଇଥିଲେ। ଖବର ଅନୁସାରେ, ‘ହିନ୍ଦୁ ହି ଆଗେ’ ହେଉଛି ବିଶ୍ୱ ହିନ୍ଦୁ ପରିଷଦର ପୂର୍ବ ଆନ୍ତରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରବୀଣ ତୋଗଡ଼ିଆଙ୍କ ନୂଆ ସଙ୍ଗଠନ। ଏହାର ଆଗ୍ରା ୟୁନିଟ୍‍ର ମୁଖ୍ୟ ଗୋବିନ୍ଦ ପାରାଶର ଘୋଷଣା କରିଥିଲେ ଯେ, ଯେଉଁ ବ୍ୟକ୍ତି ସଲମାନଙ୍କୁ ପିଟିବ ଓ ଫିଲ୍ମ ସେଟ୍‍ରେ ନିଆଁ ଲଗାଇବ ତାକୁ ୨ଲକ୍ଷ ଟଙ୍କାର ପୁରଷ୍କାର ରାଶି ଦିଆଯିବ। ତେବେ ‘ଲଭ୍‍ରାତ୍ରି’ ର ପ୍ରଯୋଜକ ସଲମାନ ଖାନ ଥିବା ବେଳେ ଅଭିରାଜ ମୀନାୱାଲା ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏହା ଏକ ଲଭ୍‍ ଷ୍ଟୋରୀ ଆଧାରିତ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ର ମାଧ୍ୟମରେ ଆୟୁଷ ଶର୍ମା ଓ ୱରିନା ହୁସେନ୍‍ ବଲିଉଡ଼୍‍ରେ ପ୍ରଥମ ଥର ପାଇଁ ପାଦ ଥାପିଛନ୍ତି।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories