www.samajalive.in
Sunday, December 7, 2025
18.1 C
Bhubaneswar

ସିଆରପିଏଫଙ୍କର ସ୍ୱତନ୍ତ୍ର ଟ୍ରେନରେ ବିସ୍ଫୋରଣ ; ୪ ଯବାନ ଆହତ

ରାୟପୁର : ଛତିଶିଗଡର ରାୟପୁର ସ୍ଥିତ ରେଲୱେ ଷ୍ଟେସନରେ ଶନିବାର ଏକ ବିସ୍ଫୋରଣ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ବିସ୍ଫୋରଣ ସିଆରପିଏଫଙ୍କର  ସ୍ୱତନ୍ତ୍ର ଟ୍ରେନରେ ହୋଇଛି। ବିସ୍ଫୋରକ ବୋଝେଇ ବାକ୍ସ ଟ୍ରେନ ବଗିର ଚଟାଣରେ ପଡିଯିବା ପରେ ବିସ୍ଫୋରଣ ହୋଇଥିଲା। ଏଥିରେ ୪ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାୟପୁର ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ସିଆରପିଏଫଙ୍କର ୨୧୧ ବାଟାଲିୟମର ଯବାନ ଜମ୍ମୁରୁ ସ୍ୱତନ୍ତ୍ର ଟ୍ରେନରେ ଯାଉଥିଲେ। ତାଙ୍କ ସହ ଗ୍ରେନେଡ ଏକ ବାକ୍ସରେ ରହିଥିଲା। ସେହି ସମୟରେ ଉକ୍ତ ବାକ୍ସଟି ଚଟାଣରେ ଖସିପଡିବା ଫଳରେ ବିସ୍ଫୋରଣ ହୋଇଥିଲା।

 

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories