www.samajalive.in
Friday, December 12, 2025
27.1 C
Bhubaneswar

ସମସ୍ତଙ୍କୁ କୋଭିଡ ଟୀକା ଭାରତର ଲକ୍ଷ୍ୟ – ନିର୍ମଳା ସୀତାରମଣ

ସାରା ବିଶ୍ୱ କୋଭିଡ୍‍ ମହାମାରୀରୁ ରକ୍ଷା ପାଇଁ ପ୍ରୟାସ ଜାରି ରଖିଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୋଭିଡ ଟୀକା ଯୋଗାଣ ନେଇ ଅଧିକ ସହଯୋଗ ପାଇଁ ଆହ୍ୱାନ ଦେଇଛନ୍ତି। ୱାଶିଂଟନ୍‍ ଡିସିରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଏକ ବୈଠକରେ ଭାଗନେଇ ଅର୍ଥମନ୍ତ୍ରୀ କହିଛନ୍ତି ବିଶ୍ୱରୁ କରୋନା ମହାମାରୀକୁ ଦୂରେଇବାକୁ ହେଲେ ସମସ୍ତଙ୍କୁ କରୋନା ଟୀକା ଦିଆଯିବା ଜରୁରୀ। ସେ କହିଛନ୍ତି କୃଷି, ଶ୍ରମ ଏବଂ ଆର୍ଥିକ କ୍ଷେତ୍ରରେ ବ୍ୟାପକ ସଂସ୍କାରମୂଳକ ପଦକ୍ଷେପ ନିଆଯାଉଥିବାରୁ ଆଗାମୀ ଦିନରେ ଅର୍ଥ ବ୍ୟବସ୍ଥା ଟ୍ରାକ୍‍କୁ ଆସିବ।

ଗତକାଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ବୈଠକରେ ଭାଗନେଇ ସୀତାରମଣ ସମସ୍ତ ଦେଶକୁ କୋଭିଡ ମୁକାବିଲା ଏବଂ ଆର୍ଥିକ ସଂସ୍କାର ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି କମ୍‍ ଆୟ କରୁଥିବା ଦେଶ ଏବଂ ଅଧିକ ଆୟ କରୁଥିବା ଦେଶ ମଧ୍ୟରେ ଟୀକାକରଣକୁ ନେଇ ଅତ୍ୟଧିକ ପ୍ରଭେଦ ଦେଖାଦେଇଛି। ଯାହାକୁ ଦୂରକରିବା ଅତ୍ୟନ୍ତ ଆବଶ୍ୟକ ଅଟେ। ସେ କହିଛନ୍ତି କୋଭିଡର ମୁକାବିଲା କରିବା ପାଇଁ ଶସ୍ତା ଏବଂ ସହଜ ସ୍ୱାସ୍ଥ୍ୟ ପ୍ରଣାଳୀ କାର୍ଯ୍ୟକାରୀ କରିବା ଆବଶ୍ୟକ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories