www.samajalive.in
Sunday, December 14, 2025
23.1 C
Bhubaneswar

୭ଟି ପ୍ରତିରକ୍ଷା କମ୍ପାନୀକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୭ଟି ପ୍ରତିରକ୍ଷା କମ୍ପାନୀକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସେହି କମ୍ପାନୀଗୁଡ଼ିକ ହେଉଛି ମ୍ୟୁନିସନ୍ସ ଇଣ୍ଡିଆ ଲିମିଟେଡ୍‍, ଆର୍ମଡ ଭେଇକିଲ୍‍ ନିଗମ ଲିମିଟେଡ୍‍, ଆଡଭାନ୍ସଡ୍‍ ଉଇପନ୍ସ ଆଣ୍ଡ୍‍ ଇକ୍ୱିପ୍‍ମେଣ୍ଟ ଇଣ୍ଡିଆ ଲିମିଟେଡ୍‍, ଟ୍ରୁପ୍‍ କମ୍ଫଟ୍ସ ଲିମିଟେଡ୍‍, ଯନ୍ତ୍ର ଇଣ୍ଡିଆ ଲିମିଟେଡ୍‍, ଇଣ୍ଡିଆ ଅପ୍‍ଟେଲ୍‍ ଲିମିଟେଡ୍‍ ଏବଂ ଗ୍ଲାଇଡର୍ସ ଇଣ୍ଡିଆ ଲିମିଟେଡ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଉଦବୋଧନ ଦେଇ କହିଛନ୍ତି ୪୧ଟି ଅର୍ଡିନାନ୍ସ ଫ୍ୟାକ୍ଟ୍ରିକୁ ୭ଟି କମ୍ପାନୀରେ ପରିବର୍ତ୍ତନ କରାଯାଇଛି, ଯାହା ଫଳରେ ଦେଶର ପ୍ରତିରକ୍ଷା ଏବଂ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ସେଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ । ସେ କହିଛନ୍ତି ରାଷ୍ଟ୍ର ସୁରକ୍ଷା ଦିଗରେ ସରକାର ଏବଂ ଘରୋଇ କ୍ଷେତ୍ରଗୁଡ଼ିକ ହାତ ମିଳାଇଛନ୍ତି । ଏହା ଆଗାମୀ ଦିନରେ ଭାରତର ଅର୍ଥନୀତିକୁ ନୂଆ ଶିଖରକୁ ନେବ । ସେ କହିଛନ୍ତି ଭାରତର ପ୍ରତିରକ୍ଷା କ୍ଷେତ୍ର ସ୍ୱାଧୀନତା ପରେ ଅଧିକ ବିକଶିତ ହୋଇପାରିନଥିଲା । ଏହି ୭ଟି କମ୍ପାନୀ ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବା କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ସେ କହିଛନ୍ତି ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories