www.samajalive.in
Friday, December 12, 2025
14.1 C
Bhubaneswar

ଅଳିଆ ଗଦାରେ ଲାଇଟ୍ ଖୁଣ୍ଟ, ଅନ୍ଧାରରେ ମାର୍କେଟ ପଡାବାସୀ

ରେଙ୍ଗାଳିକେମ୍ପ: ଅତାବିରା ଏନଏସି ୧୨ଟି ୱାର୍ଡକୁ ନେଇ ଦୀର୍ଘ ୮ବର୍ଷ ହେବ ଗଠିତ ହୋଇସାରିଥିଲେ ମଧ୍ୟ ଆଜି ବି ଏନଏସିର ପୂର୍ଣ୍ଣ ବିକାଶ ହୋଇପାରିନାହିଁ। ଏବେବି ପ୍ରତିଟି ୱାର୍ଡ ଏନଏସିର ଅପାରଗତା ତଥା ଅବହେଳା ଯୋଗୁଁ କିଛି ନାଁ କିଛି ସମସ୍ୟା ଭରି ରହିଛି। ଯାହା ରାସ୍ତାଘାଟ, ପାନୀୟ ଜଳ, ବିଜୁଳି ଭଳି ମୌଳିକ ସୁବିଧାରୁ ଲୋକେ ବଞ୍ଚିତ ରହି ନାହିଁ ନଥିବା ଅସୁବିଧାର ସମ୍ବୁଖିନ ହେବାକୁ ପଡୁଛି। ଏନଏସି ଅଞ୍ଚଳରେ ଆଲୋକିକରଣ ସକାଶେ କୋଟି କୋଟି ଅନୁଦାନରେ କାର୍ଯ୍ୟ ହୋଇଛି ସତ ହେଲେ ଅତି ନିମ୍ନମାନର କାର୍ଯ୍ୟ ସହ କିଛି ଅସାଧୁ ଅଧିକାରୀମାନଙ୍କ ସ୍ବାର୍ଥ ଲାଳସା ଯୋଗୁଁ କେଉଠି ଖୁଣ୍ଟ ଲାଇଟ୍ ସବୁ ଥାଇ ମାସ ମାସ ଧରି ଜଳୁନାହିଁ ତ ଆଉ କେଉଁଠି ଅବହେଳିତ ଏନଏସିର ଦୌରାତ୍ମ୍ୟ ସହି ନପାରି ୱାର୍ଡ ନଂ ୧ ଆରଏମସି ପଛ ପାଖ ପଡାରେ ଲାଗିବା ଦିନଠୁ ମାସ ଟିଏ ଜଳି ଦିନ ବେଳା ଲାଇଟ୍ ଖୁଣ୍ଟର ପରିଚୟ ଦେଇ ଦଣ୍ଡାୟମାନ ରହିଥିବା ସୁନ୍ଦର ଚକ ଚକିଆ ଲାଇଟ୍ ଖୁଣ୍ଟ ଅନ୍ଧାରରେ ଆଲୁଅ ଦେବା ପରିବର୍ତ୍ତେ ଅନେକ ସ୍ଥାନରେ ନିଜେ ଲୁଚି ଯାଉଛି। ଯାହା ଏବେ ଲାଇଟ୍ ଖୁଣ୍ଟ ମାର୍କେଟ ପଡ଼ାର ଲାଇଟ୍ ଖୁଣ୍ଟ ଅଳିଆ ଗଦାରେ ମୁହଁ ମାଡି ଅଳିଆ ହୋଇ ସାରିଲାଣି।

ଅନ୍ଧାରୁଆ ପରିବେଶ ଲୋକେ ଭୟର ଶିକାର ହେଉଥିବେଲେ ଚୋରୀ ଡକାୟତି, ଅସାମାଜିକ କାର୍ଯ୍ୟକଳାପ ସହ ବିଷଧର ସରୀସୃପମାନଙ୍କ ପାଇଁ ଅଞ୍ଚଳରେ କିଛି ଅଘଟଣ ନଘଟିବ କିଏ କହିବ ବୋଲି ଲୋକେ କହନ୍ତି। ଏନେଇ ପଡାବାସୀଙ୍କ ପକ୍ଷରୁ ବାରମ୍ବାର ଏନଏସି ପ୍ରଶାସନ ଦ୍ବାରସ୍ଥ ହୋଇ ଅଭିଯୋଗ ହେଉଥିଲେ ସୁଦ୍ଧା କେହି ଶୁଣିବାକୁ ନାହାନ୍ତି।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories