www.samajalive.in
Sunday, December 14, 2025
15.1 C
Bhubaneswar

ଶୋଷ ମେଣ୍ଟାଇ ପାରୁନି ନଳକୂପ

ରେଙ୍ଗାଲିକେମ୍ପ: ବରଗଡ଼ ଜିଲ୍ଲା ଅତାବିରା ଏନଏସି ଦୀର୍ଘ ଆଠ ବର୍ଷରୁ ଊର୍ଦ୍ଧ୍ୱ ହେବ ୧୨ଟି ୱାର୍ଡକୁ ନେଇ ଗଠିତ ହୋଇଥିବାବେଳେ ଏବେବି ଲୋକେ ମୌଳିକ ସୁବିଧାରୁ ବଞ୍ଚିତ। ତେବେ ଏଠି ପ୍ରଶ୍ନ ଉଠୁଛି ଯେ ସରକାର ବାହାଦୁର ଅଞ୍ଚଳର ବିକାଶ କ୍ଷେତ୍ରରେ ପଞ୍ଚାୟତରୁ ଏନଏସି ଗଠନ କରିବାକୁ ଯାଇ କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତାଘାଟ, ପାନୀୟଜଳ, ବିଜୁଳି ବ୍ୟବସ୍ଥା ଭଳି ଅନେକ ମୌଳିକ ଅଧିକାର ଲୋକଙ୍କୁ ଯୋଗାଇବା ବ୍ୟବସ୍ଥା କରିଛନ୍ତି। ହେଲେ ୱାର୍ଡମାନଙ୍କରେ ଯୋଜନା ଅନୁଯାୟୀ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ କାର୍ଯ୍ୟ ହୋଇଛି ସତ ହେଲେ କାର୍ଯ୍ୟ କିଭଳି ଓ କେତେ ନିମ୍ନମାନର ହୋଇଥିଲା, ଯାହା କିଛି ଦିନ ପରେ ଅଚଳ ହୋଇ ପଡ଼ି ରହିଛି। ଦୀର୍ଘ ବର୍ଷରୁ ଏନଏସି ପ୍ରଶାସନର କିଛିଟା ସ୍ବାର୍ଥ ଲାଳସା, ଅବହେଳା ତଥା ଆନ୍ତରିକତା ଅଭାବରୁ କେଉଁଠି ଦୀର୍ଘ ଦିନ ହେବ ଅଚଳ ହୋଇ ପଡ଼ିରହି ଲୋକଙ୍କ ଶୋଷ ମେଣ୍ଟାଇ ପାରୁନାହିଁ ତ ଆଉ କେଉଁଠି ଏନଏସି ଅଞ୍ଚଳରୁ ନଳକୂପ ସହ ପାଣି ଚୋରୀ ହୋଇ ଯାଉଛି। ଏନେଇ ଏନ୍ଏସି ପ୍ରଶାସନ ବାରମ୍ବାର ଅବଗତ ହୋଇ ଆସୁଥିଲେ ମଧ୍ୟ ଏନଏସି ଚେଇଁ ଶୋଇଛି। ଯଦ୍ୱାରା ୱାର୍ଡର ପଡ଼ାମାନଙ୍କରେ ପାନୀୟ ଜଳ ସକାଶେ ଲାଗିଥିବା ନଳକୂପ ଏବେ ଶୁଷ୍କ ହୋଇ ଲୋକଙ୍କ ଶୋଷ ମେଣ୍ଟାଇ ପାରୁନି। ଯାହାର ଜ୍ୱଳନ୍ତ ଉଦାହରଣ ଏନଏସି ୱାର୍ଡ ନଂ ୧ ଆରଏମସି ପଛ ପାଖ ପଡ଼ାର ନଳକୂପ ଦୀର୍ଘ ୬/୭ମାସ ହେବ ପଡ଼ିରହି ଲୋକେ ଦୂର ଦୁରାନ୍ତକୁ ତଥା ପାଖରେ ଥିବା ଖୋଲା କୂଅ ତଥା ପୋଖରୀ, ଗାଡିଆର ପାଣି ବ୍ୟବହାର କରି ଲୋକେ ରୋଗା କ୍ରାନ୍ତ ହେବା ସହ ପଞ୍ଚାୟତ ଥିଲା ଭଲ ଥିଲା ଏନଏସି ହୋଇ କାଳ ହେଲା ବୋଲି ଲୋକେ କହନ୍ତି। ତେବେ ଏନଏସି ଗଠନ କାହା ପାଇଁ ବୋଲି ଲୋକେ ପ୍ରଶ୍ନ କରି ଆସୁଥିବା ବେଳେ ଏପରି ପ୍ରଶାସନର ଅବହେଳା ଆଉ କେତେଦିନ ସହିବେ ବୋଲି ଲୋକେ କହନ୍ତି। ତେବେ ଦେଖାଯାଉ ଏନଏସି ପ୍ରଶାସନ କେବେ ନିଦ ଖୋଲୁଛି ଓ କେବେ ପଡ଼ାବାସୀଙ୍କ ଶୋଷ ମେଣ୍ଟୁଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories