www.samajalive.in
Thursday, December 11, 2025
23.1 C
Bhubaneswar

ପୂର୍ବତଟ ରେଳପଥ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ପାର୍ବଣରେ ଚାଲିବ ଅତିରିକ୍ତ ସ୍ବତନ୍ତ୍ର ରେଳ

ଭୁବନେଶ୍ୱର: ପାର୍ବଣକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଯାତ୍ରୀଙ୍କ ଅତିରିକ୍ତ ପ୍ରତୀକ୍ଷା ସୂଚୀକୁ ଏଡ଼ାଇବା ପାଇଁ କିଛି ଅତିରିକ୍ତ ସ୍ୱତନ୍ତ୍ର ରେଳ ଚଳାଇବା ପାଇଁ ବ୍ୟବସ୍ଥା କରାଯାଇଛି । ପୁରୀ-ପାଟନା-ପୁରୀ ସ୍ପେଶାଲ୍ ରେଳ (ନଂ ୦୮୪୩୯/୦୮୪୪୦) ୧୬ ଅକ୍ଟୋବରରୁ ୩୧ ଅକ୍ଟୋବର ମଧ୍ୟରେ ପ୍ରତି ଶନିବାର ପୁରୀରୁ ଅପରାହ୍ଣ ୨ଘ. ୫୫ମି.ରେ ଛାଡ଼ିବ ଏବଂ ଫେରିବା ଏହା ପ୍ରତ୍ୟେକ ରବିବାର ଅପରାହ୍ଣ ୧ଘ.୪୫ମି.ରେ ପାଟନାରୁ ଛାଡ଼ିବ । ଏହି ରେଳରେ ଏସି-୨ ଟାୟାର, ଏସି-୩ ଟାୟାର, ସ୍ଲିପର୍ ଏବଂ ଜେନେରାଲ୍ କ୍ଲାସ୍ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍ ରହିଛି। ସେହିପରି ବିଶାଖାପାଟଣା-ସିକନ୍ଦରାବାଦ-ବିଶାଖାପଟନମ୍ ସ୍ପେଶାଲ୍ ରେଳ(ନଂ ୦୮୫୭୯/୦୮୫୮୦) ୧୩ ଅକ୍ଟୋବରରୁ ୨୮ ତାରିଖ ମଧ୍ୟରେ ପ୍ରତି ବୁଧବାର ବିଶାଖାପାଟଣାରୁ ସନ୍ଧ୍ୟା ୭ଟାରେ ଛାଡ଼ିବ ଏବଂ ଫେରିବା ମାର୍ଗରେ ଏହା ସିକନ୍ଦରାବାଦଠାରୁ ପ୍ରତି ଗୁରୁବାର ସନ୍ଧ୍ୟା ୭ଟା ୪୦ରେ ଛାଡ଼ିବ।

 

- Advertisement -

ଏହି ରେଳରେ ଏସି-୩ ଟାୟାର, ସ୍ଲିପର୍ ଏବଂ ଜେନେରାଲ୍ କ୍ଲାସ୍ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍ ରହିଛି। ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ସ୍ବତନ୍ତ୍ର ରେଳ (ନଂ୦୮୫୮୩/୦୮୫୮୪)୧୮ ଅକ୍ଟୋବରରୁ ୨ ନଭେମ୍ବର ମଧ୍ୟରେ ପ୍ରତି ସୋମବାର ବିଶାଖାପାଟଣାରୁ ସନ୍ଧ୍ୟା ୭ଟା ୧୫ରେ ଛାଡ଼ିବ ଏବଂ ଫେରିବା ମାର୍ଗରେ ଏହା ତିରୁପତିରୁ ପ୍ରତି ମଙ୍ଗଳବାର ରାତି ୯ଟା ୫୫ରେ ଛାଡ଼ିବ । ଏହି ରେଳରେ ଏସି-୨ ଟାୟାର, ଏସି-୩ ଟାୟାର, ସ୍ଲିପର୍ ଏବଂ ଜେନେରାଲ୍ କ୍ଲାସ୍ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍ ରହିବ। ଏହାଛଡ଼ା ବିଶାଖାପାଟଣା-ସିକନ୍ଦରାବାଦ-ବିଶାଖପାଟଣା ସ୍ପେଶାଲ୍ ରେଳ (ନଂ ୦୮୫୮୫/ ୦୮୫୮୦୬)୧୯ ଅକ୍ଟୋବରରୁ ୩ ନଭେମ୍ବର ମଧ୍ୟରେ ପ୍ରତି ମଙ୍ଗଳବାର ବିଶାଖାପାଟଣାରୁ ସନ୍ଧ୍ୟା ୫ଟା ୩୫ମି.ରେ ଛାଡ଼ିବ ଏବଂ ଫେରିବା ମାର୍ଗରେ ଏହା ସିକନ୍ଦରାବାଦ ଠାରୁ ପ୍ରତି ବୁଧବାର ରାତ୍ରି ୯ଟା ୫ରେ ଛାଡ଼ିବ । ଏଥିରେ ଏସି-୨ ଟାୟାର, ଏସି-୩ ଟାୟାର, ସ୍ଲିପର୍ ଏବଂ ଜେନେରାଲ୍ କ୍ଲାସ୍ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍ ରହିବ। ହାୱଡ଼ା-ପୁରୀ-ହାୱଡ଼ା ସ୍ପେଶାଲ ରେଳ (ନଂ ୦୮୧୭୯/ ୦୮୧୮୦)୯ ଅକ୍ଟୋବରୁ ୭ ନଭେମ୍ବର ମଧ୍ୟରେ ପ୍ରତି ଶନିବାର ହାୱଡ଼ାରୁ ରାତି ୮ଟା ୩୫ରେ ଛାଡ଼ିବ ଏବଂ ଫେରିବା ମାର୍ଗରେ ଏହା ପୁରୀରୁ ପ୍ରତି ରବିବାର ସନ୍ଧ୍ୟା ୭ଟା ୨୦ରେ ଛାଡ଼ିବ। ଏହି ରେଳରେ ସ୍ଲିପର୍ ଏବଂ ଜେନେରାଲ୍ କ୍ଲାସ୍ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍ ରହିଛି।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories