ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି। ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଦେଶର ବିଭିନ୍ନ ରାଜ୍ୟରେ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଉଦ୍ଜୀବିତ କରି ରଖିବା ପାଇଁ ତଥା ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ଜାତୀୟ ସୁରକ୍ଷା ଗାର୍ଡ (ଏନ୍ଏସ୍ଜି) ତରଫରୁ ସୁଦର୍ଶନ ଭାରତ ପରିକ୍ରମା ଆରମ୍ଭ
ହୋଇଛି।
ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଦିଲ୍ଲୀରୁ ଆରମ୍ଭ ହୋଇଥିବା ଏହି ପରିକ୍ରମାରେ ଜାତୀୟ ସୁରକ୍ଷା ଗାର୍ଡ ଯବାନ ଗତକାଲି କଟକସ୍ତିତ ମହାନ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ଦର୍ଘା ବଜାରର ଜାନକୀନାଥ ଭବନରେ ପହଂଚି ଥିବା ବେଳେ ଆଜି ଭୁବନେଶ୍ୱର କମିସନରେଟ ପୁଲିସ କାର୍ଯ୍ୟାଳୟରେ ପହଂଚିଥିଲେ। ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଏହି ପରିକ୍ରମାରେ ଆସିଥିବା ଯବାନମାନଙ୍କୁ ଅଭିବାଦନ ଜଣାଇବା ସହ ସୁଦର୍ଶନ ଭାରତ ପରିକ୍ରମାର ସଫଳତା କାମନା କରିଛନ୍ତି।



