www.samajalive.in
Sunday, December 14, 2025
23.1 C
Bhubaneswar

ଆଶ୍ବସ୍ତି: ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ କୋଭାକ୍ସିନକୁ ଅନୁମତି

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ନିଜ ପିଲାମାନଙ୍କ ପାଇଁ କରୋନା ଟିକାକୁ ଅପେକ୍ଷା କରିଥିବା ଅଭିଭାବକଙ୍କ ପାଇଁ ଆଶ୍ବସ୍ତିକର ଖବର। ଡ୍ରଗ୍ସ କ​ଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ ପିଲାଙ୍କ ପାଇଁ ଟିକାକରଣକୁ ମଞ୍ଜୁରୀ ଦେଇଛନ୍ତି। ଭାରତ ସରକାର ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛନ୍ତି। ଏଥିସହ କୋଭାକ୍ସିନ୍ ଦେଶର ପ୍ରଥମ ଟିକା ହୋଇପାରିଛି, ଯାହା ପିଲାମାନଙ୍କ ଉପରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦିତ ହୋଇଛି। ଭାରତ ବାୟୋଟେକ୍‌ ଓ ଆଇସିଏମଆର ମିଳିତ ଭାବେ କୋଭାକ୍ସିନକୁ ପ୍ରସ୍ତୁତ କରିଛନ୍ତି। ଏହି ଅନୁମୋଦନ ପରେ ୨ରୁ ୧୮ ବର୍ଷ ବୟସର ପିଲାମାନଙ୍କ ଟିକାକରଣ ପାଇଁ କେନ୍ଦ୍ର ସରକାର ଖୁବ ଶୀଘ୍ର ନିର୍ଦ୍ଦେଶନାମା ଜାରି କରିବେ।​‌

ସୂଚନାଯୋଗ୍ୟ, ପିଲାଙ୍କ ଟିକାକରଣ ପାଇଁ ଅନୁମତି ମିଳିବା ପୂର୍ବରୁ କୋଭାକ୍ସିନକୁ ଏକ ଦୀର୍ଘ ପରୀକ୍ଷା ଦେଇ ଗତି କରିବାକୁ ପଡିଥିଲା। ଭାରତ ବାୟୋଟେକ୍ ୧୮ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ଉପରେ ତିନୋଟି ପର୍ଯ୍ୟାୟ ପରୀକ୍ଷା ଶେଷ କରିସାରିଛି। ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷା ସେପ୍ଟେମ୍ବରରେ ଶେଷ ହୋଇଥିଲା। ଏହା ପରେ ଭାରତ ବାୟୋଟେକର କୋଭାକ୍ସିନକୁ ମଞ୍ଜୁରୀ ମିଳିଛି।

- Advertisement -

 

 

 

 

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories