www.samajalive.in
Sunday, December 14, 2025
16.1 C
Bhubaneswar

୨୦୨୨ ମହିଳା ୧୭ ବର୍ଷରୁ କମ୍‌ ଫୁଟ୍‌ବଲ ବିଶ୍ବକପ୍‌ର ମାସ୍କଟ୍‌ ଉନ୍ମୋଚିତ

ନୂଆଦିଲ୍ଲୀ : ‌୨୦୨୨ରେ ଭାରତରେ ୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ ବିଶ୍ବକପ୍‌ ଆୟୋଜନ ହେବ। ବିଶ୍ବ ଫୁଟ୍‌ବଲର ପ୍ରଶାସନିକ ସଂସ୍ଥା ଫିଫା ଦ୍ବାରା ସୋମବାର ଏହି ବିଶ୍ବକପ୍‌ର ମାସ୍କଟ୍‌ ଉନ୍ମୋଚନ କରାଯାଇଛି। ଏହି ମାସ୍କଟ୍‌ର ନାମ ରଖାଯାଇଛି ‘ଇଭା’। ଏହା ଏକ ଏସୀୟ ସିଂହୀ; ଯାହା ମହିଳା ଶକ୍ତିର ପ୍ରତିଫଳନ କରିଥାଏ। ଫିଫା ପକ୍ଷରୁ କୁହାଯାଇଛି, ଭାରତ ଓ ବିଶ୍ବର ମହିଳାମାନଙ୍କୁ ଇଭା ପ୍ରେରଣା ଯୋଗାଇବ; ଯାହା ଦ୍ବାରା ସେମାନେ ନିଜ ଦକ୍ଷତାକୁ ବୁଝିପାରିବେ। ପୁଣି ଏହା ବାଳିକା ଫୁଟ୍‌ବଲ ବିଶ୍ବକପ୍‌ ହୋଇଥିବାରୁ ଆନ୍ତର୍ଜାତିକ ବାଳିକା ଦିବସ (ଅକ୍ଟୋବର ୧୧)ରେ ଏହି ବିଶ୍ବକପ୍‌ର ମାସ୍କଟ୍‌ ଇଭାର ଉନ୍ମୋଚନ କରାଯାଇଛି।
ସୂଚନାଯୋଗ୍ୟ; ୨୦୨୨ରେ ଭାରତରେ ହେବାକୁ ଥିବା ୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ ବିଶ୍ବକପ୍‌ର ମାସ୍କଟ୍‌ ‘ଇଭା’ର ଫଟୋ ସୁଟିଂ ଓଡ଼ିଶାର ବିଶ୍ବପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରରେ କରାଯାଇଛି। ମନ୍ଦିର ପରିସରରେ ଥିବା ବିଭିନ୍ନ ସ୍ଥାନରେ ଇଭାର ଫଟୋ ସୁଟିଂ କରାଯାଇଛି। ଏହି ବିଶ୍ବକପ୍‌ କେଉଁ ସହରରେ ଆୟୋଜନ ହେବ; ତାହାର ଘୋଷଣା ଫିଫା ପକ୍ଷରୁ କୁହା ଯାଇନାହିଁ। ତେବେ ଏହା ନିଶ୍ଚିତ ଯେ ଓଡ଼ିଶାର ରାଜଧାନୀ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ ଏହି ବିଶ୍ବକପ୍‌ର ଅନ୍ୟତମ ପ୍ରମୁଖ ଆୟୋଜନ ସ୍ଥାନ। ୨୦୨୦ରେ ୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ ବିଶ୍ବକପ୍‌ ଭାରତରେ ଆୟୋଜନ ହେବାର ଥିଲା। ଏଥିରେ ଭୁବନେଶ୍ବର ଅନ୍ୟତମ ଆୟୋଜକ ସହର ରହିଥିଲା। ହେଲେ କରୋନା ମହାମାରୀ ଯୋଗୁଁ ଏହାକୁ ବାତିଲ କରା ଯାଇଥିଲା। ତେଣୁ ୨୦୨୨ର ୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ ବିଶ୍ବକପ୍‌ ସଂସ୍କରଣ ମଧ୍ୟ ଭାରତକୁ ମିଳିଛି। ଏହାସହ ଫିଫା କହିଛି, ଇଭା ଅତ୍ୟନ୍ତ ଶକ୍ତିଶାଳୀ, ଖେଳପ୍ରିୟ ଓ ସୁନ୍ଦର ଏସୀୟ ସିଂହୀ। ଏହା ନିକଟରେ ଦଳଗତ ଭାବନା, ଏକାଗ୍ରତା, ଦୟାଭାବ ଏବଂ ଅନ୍ୟମାନଙ୍କୁ ଶକ୍ତି ଯୋଗାଇବାର ଗୁଣ ରହିଛି। ସାରାବିଶ୍ବର ମହିଳାଙ୍କୁ ଇଭା ପ୍ରେରଣା ଯୋଗାଇବ। ପ୍ରଶଂସକଙ୍କୁ ୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ ବିଶ୍ବକପ୍‌ ପ୍ରତି ଆକୃଷ୍ଟ କରିବା ଲାଗି ‘ଇଭା’ ମାସ୍କଟ୍‌ ପ୍ରସ୍ତୁତ କରାଯାଇଛି। ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)ର ସଭାପତି ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ ୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ ବିଶ୍ବକପ୍‌ର ମାସ୍କଟ୍‌ର ଉନ୍ମୋଚନ, ଏହି ବିଶ୍ବକପ୍‌ ଆୟୋଜନ ପ୍ରତି ଆଉ ଏକ ପାଦ ଆଗେଇବା ପରି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories