www.samajalive.in
Monday, December 15, 2025
16.1 C
Bhubaneswar

୪ ବର୍ଷ ଧରି ମହାବିଦ୍ୟାଳୟ,ବିଶ୍ବବିଦ୍ୟାଳୟରେ ନିର୍ବାଚନ ବନ୍ଦ

ଶିକ୍ଷାନୁଷ୍ଠାନ ଉନ୍ନୟନରେ ବିଦ୍ୟାର୍ଥୀଙ୍କ ପ୍ରତିନିଧିତ୍ବ ଶୂନ

ଭୁବନେଶ୍ବର : ଦୀର୍ଘ ୪ ବର୍ଷ ଧରି ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହୋଇପାରିନି। ଛାତ୍ରଛାତ୍ରୀଙ୍କ ସମସ୍ୟା ବୁଝି କର୍ତ୍ତୃପକ୍ଷଙ୍କ ନିକଟରେ ଏହାକୁ ଉପସ୍ଥାପନ କରିବା ଛାତ୍ର ସଂସଦର କାମ। ଚଳିତ ବର୍ଷ ମଧ୍ୟ ଏଯାବତ୍‌ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ କୌଣସି ଘୋଷଣା କରାଯାଇନି। ଏହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଏଥର ନିର୍ବାଚନ ହେବ କି ନାହିଁ ତାକୁ ନେଇ ଆଶାୟୀ ପ୍ରାର୍ଥୀ ଓ ଛାତ୍ର ସଙ୍ଗଠନ ଚିନ୍ତାରେ ପଡ଼ିଛନ୍ତି। ରାଜ୍ୟ ସରକାର ନିର୍ବାଚନ ବଦଳରେ ପ୍ରତିନିଧି ମନୋନୟନ କରିବାକୁ କହିଥିଲେ। ଏହା ରାଜ୍ୟର ହାତଗଣତି କେତୋଟି ଶିକ୍ଷାନୁଷ୍ଠାନକୁ ଛାଡ଼ି ଅନ୍ୟ କୌଣସି ସ୍ଥାନରେ ଫଳପ୍ରଦ ହୋଇପାରିନି। ରାଜ୍ୟରେ ୨୦୧୭ରେ ଶେଷ ଥର ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।
୨୦୧୮ରେ ଘୂର୍ଣ୍ଣିବାତ୍ୟା ‘ତିତିଲି’ ଯୋଗୁଁ ନିର୍ବାଚନକୁ ବାତିଲ କରାଯାଇଥିଲା। ୨୦୧୮ରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ନିର୍ବାଚନର ଠିକ୍‌ ପୂର୍ବରୁ ବାତ୍ୟାକୁ ଦୃଷ୍ଟିରେ ରଖି ନିର୍ବାଚନ ବାତିଲ କରାଯାଇଥିଲା। ସେହିପରି ୨୦୧୯ରେ ରାଜ୍ୟ ସରକାର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଆବଶ୍ୟକସ୍ଥଳେ ବିକଳ୍ପ ପନ୍ଥାରେ ଛାତ୍ର ପ୍ରତିନିଧି ମନୋନୟନ କରିବାକୁ କୁଳପତି ଓ ଅଧ୍ୟକ୍ଷଙ୍କୁ ବିଭାଗ ପକ୍ଷରୁ ଅବଗତ କରାଯାଇଥିଲା। ୨୦୨୦ରେ କରୋନା ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ନିର୍ବାଚନ ହୋଇପାରି ନ ଥିଲା। ଏବେ ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିଥିବାରୁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଖୋଲିଛି। ପ୍ରତିବର୍ଷ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଛାତ୍ର ସଂସଦ ନିର୍ବାଚନ ହୋଇଥାଏ। ଶାସକ ଦଳର କୌଣସି ଛାତ୍ର ନେତା ନିର୍ବାଚନକୁ ନେଇ ମୁହଁ ଖୋଲୁ ନାହାନ୍ତି। କେତେକ ଛାତ୍ର ନେତା ଦଳର ନେତାଙ୍କ ପାଖରେ ନିର୍ବାଚନ ପାଇଁ ଫେରାଦ ହୋଇଥିବାବେଳେ ଅନ୍ୟ କିଛି ଏହାକୁ ବିରୋଧ କରୁଛନ୍ତି। ଛାତ୍ର ସଂସଦ ନିର୍ବାଚନ ନ ହେବାରୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେଉଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ମୁଖ୍ୟତଃ ଶିକ୍ଷାନୁଷ୍ଠାନର ବିଭିନ୍ନ କମିଟିରେ ଛାତ୍ରଛାତ୍ରୀଙ୍କ ପ୍ରତିନିଧିଙ୍କୁ ସ୍ଥାନ ମିଳୁ ନାହିଁ। ନିର୍ବାଚନ ନ ହେବାରୁ ବିଦ୍ୟାର୍ଥୀଙ୍କ ମଧ୍ୟରେ ନେତୃତ୍ବ ବିକାଶ ହେଉ ନ ଥିବା ଆଶାୟୀ ପ୍ରାର୍ଥୀ କହିଛନ୍ତି। ପରାଜୟ ଭୟରେ ରାଜ୍ୟରେ ନିର୍ବାଚନ ସରକାର ବନ୍ଦ ରଖିଥିବା ବିରୋଧୀ ଛାତ୍ର ସଙ୍ଗଠନ ଅଭିଯୋଗ କରିଛନ୍ତି। ଏହାକୁ ଶାସକ ଦଳ ପକ୍ଷରୁ ଖଣ୍ଡନ କରାଯାଇଛି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories