www.samajalive.in
Sunday, December 14, 2025
26.1 C
Bhubaneswar

ଲଜ୍ଜା: ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକ ଗିରଫ

ସାରନଗରୀ : ଜଣେ ଶିକ୍ଷକଙ୍କ ଉପରେ ଲାଗିଛି କାଳିମାର ଦାଗ । ଘଟଣାଟି ଘଟିଛି ଦକ୍ଷିଣ ରାଉରକେଲାର ନୟାଡେରା ଅଂଚଳରେ । ସ୍ଥାନୀୟ ଜଲଦା ଫାଣ୍ଡି ପୁଲିସ ଜଣେ ନୃତ୍ୟ ଶିକ୍ଷକଙ୍କୁ ଗିରଫ କରିଛି । ଏହି ଲଜ୍ଜା ଜନକ ଘଟଣା ସମଗ୍ର ଅଚଂଳରେ ଆଲୋଡ଼ନ ସୃଷ୍ଟି କରିିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ନୟାଡେରା ଅଂଚଳରେ ରହୁଥିବା ଅନିଲ ପାଲିଆ ନୃତ୍ୟ ଶିକ୍ଷକ ଭାବେ ପିଲା ମାନଙ୍କୁ ନୃତ୍ୟ ଶିକ୍ଷା ପ୍ରଦାନ କରିଥାନ୍ତି । ଗତ କିଛି ଦିନ ତଳେ ଶିକ୍ଷକ ଜଣଙ୍କ ସ୍ଥାନୀୟ ଅଂଚଳର ଜଣେ ୧୩ ବର୍ଷୀୟ ନାବାଳିକାଙ୍କୁ ନୃତ୍ୟ ଶିଖାଇବା ବାହାନାରେ ଡାକିବା ସହ ତାଙ୍କୁ ଆଶାଳୀନ ବ୍ୟବହାର କରିବା ସହ  ଦୁଷ୍କର୍ମ କରିଥିଲେବୋଲି ନାବାଳିକା ଜଣଙ୍କ ତାଙ୍କ ପରିବାରବର୍ଗ ସମ୍ମୁଖରେ ପ୍ରକାଶ କରିଥିଲା । ଏହାପରେ ଏହି ଘଟଣାକୁ ନେଇ ପରିବାରବର୍ଗ ରବିବାର ସ୍ଥାନୀୟ ଜଲଦା ଫାଣ୍ଡିରେ ଏତଲା ଦେଇଥିଲେ। ପିଡ଼ୀତାଙ୍କ ପରିବାରବର୍ଗଙ୍କ କହିବା ଅନୁଯାୟୀ, ନୃତ୍ୟ ଶିକ୍ଷକ ଜଣଙ୍କ ଗତ ଫେବୃଆରୀ ମାସରେ ସେହି ନାବାଳିକା ଜଣଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ, ଏହି ଘଟଣା କାହାକୁ ନକହିବାକୁ ଜନୈକ ଶିକ୍ଷକ ନାବାଳିକା ଉପରେ ଚାପ ପକାଇଥିଲେ । ପରେ ଏହି ଘଟଣା ସମ୍ପର୍କରେ ନାବାଳିକା ପରିବାରକୁ ଜଣାଇବା ପରେ ପରିବାରବର୍ଗ ଜଲଦା ଫାଣ୍ଡିରେ ଏତଲା ଦାୟର କରିଥିଲେ । ଜଲଦା ଫାଣ୍ଡି ପୁଲିସ ଘଟଣାର ତଦନ୍ତ କରି ନୃତ୍ୟ ଶିକ୍ଷକ ଅମିତଙ୍କୁ ଗିରଫ କରିଛି। ଏହି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories