ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେ଼ଇର ବିଶ୍ଵମୈତ୍ରୀ କ୍ଲବ ପକ୍ଷରୁ ଅନୁଷ୍ଠିତ ୨୪ ତମ ନକଆଉଟ କ୍ରିକେଟ ପ୍ରତିଯୋଗିତାରେ ତୁରୁମୁଙ୍ଗା ଏକାଦଶକୁ ପରାସ୍ତ କରି ଶାଳପଡ଼ାର ପ୍ରଦର୍ସ ଏକାଦଶ ଚମ୍ପିୟାନ ହୋଇଛି । ପ୍ରତିଯୋଗିତାରେ ୫ଟି ଜିଲ୍ଲାରୁ ବଛା ବଛା ୧୬ ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇ ଚମ୍ପିୟନ ଶାଳପଡା ଦଳକୁ ଟ୍ରଫି ସହ ୧୭ ହଜାର ଟଙ୍କାର ଚେକ ଓ ରନର୍ସ ଅପ ତୁରୁମୁଙ୍ଗା ଦଳକୁ ସାନ ଟ୍ରଫି ସହ ୧୩ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚନ୍ଦ୍ର ନାଏକ, ଶିବନାଥ ପ୍ରଧାନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। କ୍ଲବର ସଭାପତି ସୁନୀଲ ପାତ୍ର, ସମ୍ପାଦକ ସୁଜିତ ମହାନ୍ତ ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ। ଅମ୍ପାୟାର ଭାବେ ସୌମ୍ୟ ରଞ୍ଜନ ରଣା ଓ ସୁଶାନ୍ତ କୁମାର ପଣ୍ଡା ଏବଂ ଧାରା ବିବରଣୀରେ ଅରୁଣ କୁମାର ମହାନ୍ତ ସ୍ଵଦାୟିତ୍ଵ ସମ୍ପାଦନା କରିଥିଲେ ।
Popular Categories



