www.samajalive.in
Sunday, December 14, 2025
26.1 C
Bhubaneswar

ଶ୍ରୀମନ୍ଦିର ପରିଚାଳନା, ୧୯୦ କୋଟି ଟଙ୍କାର ବଜେଟ୍‍ ପ୍ରସ୍ତାବ ମଂଜୁର

ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅର୍ଥ ଉପକମିଟି ବୈଠକରେ ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍‍ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୯୦ କୋଟି ଟଙ୍କାର ବଜେଟ୍‍ ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ଜଣାପଡ଼ିଛି। ପୂର୍ବରୁ ବୈଠକ ନ ବସିବା ଯୋଗୁ ଏହି କାର୍ଯ୍ୟ ବିଳମ୍ବିତ ହୋଇଥିବା ବେଳେ ଆଜି ବଜେଟ୍‍ର ପ୍ରତ୍ୟେକ ଦିଗ ଉପରେ ଆଲୋଚନା ପରେ ଏହାକୁ ମଞ୍ଜୁରି ମିଳିଛି।

ମୁଖ୍ୟ ପ୍ରଶାସକ ଡକ୍ଟର କୁମାର କହିଛନ୍ତି, ଚଳିତ ବର୍ଷ ଶ୍ରୀଜଗନ୍ନାଥଙ୍କ ଆୟ ମୁଖ୍ୟତଃ ପଥରକୋରିରୁ ସଂଗ୍ରହ ହେବ। ପାଖାପାଖି ୧୮ କୋଟି ଟଙ୍କା ଏହି ଦିଗରୁ ଆୟ ହେବ ବୋଲି ସେ କହିଛନ୍ତି। ବଜେଟରେ ରଥଯାତ୍ରା ସମେତ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଲାଗି ବ୍ୟୟ ବରାଦ କରାଯାଇଥିବା ସେ କହିଛନ୍ତି। ଆଜିର ବୈଠକରେ ଛତିଷା ନିଯୋଗର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅନୁମୋଦନ ମିଳିଥିବା ବେଳେ ଆସନ୍ତା କୁମାର ପୂର୍ଣ୍ଣିମାରେ ଶ୍ରୀମନ୍ଦିର ଭକ୍ତମାନଙ୍କ ପାଇଁ ଖୋଲା ରହିବ ବୋଲି ସେ ସୂଚନା ଦେଇଛନ୍ତି। ତେବେ କରୋନାକୁ ଦୃଷ୍ଟିରେ ରଖି ହବିଷ୍ୟାଳୀମାନଙ୍କୁ ଶ୍ରୀମନ୍ଦିରକୁ ନ ଆସିବାକୁ ସେ ଅନୁରୋଧ କରିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories