www.samajalive.in
Sunday, December 14, 2025
16.1 C
Bhubaneswar

ଚାଷୀ ହତ୍ୟା ପ୍ରତିବାଦରେ ପିସିସି ପକ୍ଷରୁ ମୌନବ୍ରତ

ଭୁବନେଶ୍ୱର : କେନ୍ଦ୍ର ସରକାର ପ୍ରଣୀତ କରିଥିବା ତିନିଗୋଟି କଳା କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଉତ୍ତର ପ୍ରଦେଶର ଲଖିମପୁର ଖେରି ଠାରେ ବିକ୍ଷୋଭ କରୁଥିବା ଚାଷୀମାନଙ୍କୁ ଗାଡ଼ି ଚପାଇ ବର୍ବରୋଚିତ ଭାବେ ହତ୍ୟା କରିବା ପ୍ରତିବାଦରେ ନିଖିଳ ଭାରତ କଂଗ୍ରେସ କମିଟିର ଆହ୍ୱାନକ୍ରମେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମୌନବ୍ରତ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି । ରାଜଭବନ ଛକ ଠାରେ ଏହି ମୌନବ୍ରତ ପ୍ରତିବାଦ କାର୍ଯ୍ୟକ୍ରମ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ କଂଗ୍ରେସ ନେତୃବୃନ୍ଦ ମୌନ ରହି ଘଟଣାର ପ୍ରତିବାଦ କରିଥିଲେ। କାର୍ଯ୍ୟକ୍ରମ ପରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ କୃଷକମାନେ ହେଉଛନ୍ତି ଦେଶର ଅନ୍ନଦାତା । ଏହି ଅନ୍ନଦାତାମାନଙ୍କୁ ଯେଭଳି ନିଷ୍ଠୁର ଭାବରେ ହତ୍ୟା କରାଗଲା ତାହା ଅତ୍ୟନ୍ତ ଅଗଣତାନ୍ତ୍ରିକ ଓ ନିନ୍ଦନୀୟ । ଏହି ଘଟଣାରେ ଆମେ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛୁ । କଂଗ୍ରେସ ଦଳ ସର୍ବଦା ଅନ୍ନଦାତା ମାନଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିଛି ଓ ଆଜି ମଧ୍ୟ ସେମାନଙ୍କ ପଛରେ ଦୃଢ଼ ଭାବରେ ଛିଡା ହୋଇଛି । ଯେପର୍ଯ୍ୟନ୍ତ ଏହି ଆଇନ ସରକାର ପ୍ରତ୍ୟାହାର କରି ନାହାନ୍ତି ସେ ପର୍ଯ୍ୟନ୍ତ କଂଗ୍ରେସ ଦଳ ତାର ସଂଗ୍ରାମ ଜାରି ରଖିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ପଂଚାନନ କାନୁନଗୋ, ସୁରେଶ କୁମାର ରାଉତରାୟ, ଶରତ ରାଉତ, ଶିବାନନ୍ଦ ରାୟ, ଯଜେ୍ଞଶ୍ୱର ବାବୁ, ନକୁଳ ନାୟକ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, କିଶୋର ଜେନା, ଦେବାଶିଷ ପଟ୍ଟନାୟକ, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ଅନୁଲେଖା ବୋଷା, ଜ୍ଞାନଦେବ ବେଉରା, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ୱଜିତ ଦାଶ, ଅମିୟ କୁମାର ପଟ୍ଟନାୟକ, ଦୀପକ ମହାପାତ୍ର, ସୁବ୍ରତ ମହାପାତ୍ର, ନାରାୟଣ ଜେନା, ରଶ୍ମି ମହାପାତ୍ର, ବନ୍ଦିତା ପରିଡ଼ା, ପଦ୍ମାକର ଗୁରୁ, ୟାସିର ନୱାଜ, ଲିଙ୍ଗରାଜ ସାହୁ, ସୁରେନ୍ଦ୍ର ନାଥ କର, ବିସ୍ମୟ ମହାପାତ୍ର, ପ୍ରଶାନ୍ତ ଶତପଥି, ଅମିୟ ପାଣ୍ଡବ, ନାସିର ଅହମ୍ମଦ, ରଜନୀ ମହାନ୍ତି, ସୁଶାନ୍ତ ତ୍ରିପାଠୀ, ପ୍ରଣତୀ ମିଶ୍ର, ଶ୍ରୀୟାସ୍ମତା ପଣ୍ଡା, ସଂକୁନା କହଁର, କୁସୁମ ପ୍ରଧାନ, ମୋହନ ଜେନା, ସମ୍ଭୁ ପାଣିଗ୍ରାହୀ, ପ୍ରକାଶ ମିଶ୍ର, ରାଜକିଶୋର ବାରିକ, ମନୋରଞ୍ଜନ ରାଉତରାୟ, କୈଳାସ ସାହୁ, ଦେବୀପ୍ରସାଦ ବାହାଲିଆ, ରାଜୀବ ମହାପାତ୍ର, ମିହିର ଆଚାର୍ଯ୍ୟ, ଅଶୋକ ଦାସ, ଆଲୋକ ଲେଙ୍କା, ବଟକୃଷ୍ଣ ରାଉତରାୟ, ଶୈଳେନ୍ଦୁ ମଜୁମଦାର, ବ୍ରହ୍ମାନନ୍ଦ ସାହୁ, ଗିତାଞ୍ଜଳି ମହାନ୍ତି, ଅଭିଶେକ ରାଉତ, ଇନ୍ଦ୍ରଜିତ ପରିଡ଼ା, ସନ୍ତୋଷ ନନ୍ଦ, ମନୋଜ ସାହୁ, ସୁନାକର ମହାରଣା, ନିମାଇ ରାଉତରାୟ, ସଂଜୀବ ମହାନ୍ତି, ସାଗର ପରିଡ଼ା, ଜୟକୃଷ୍ଣ ସୁବୁଦ୍ଧି, ମହମ୍ମଦ ସାହାଦୁଲ୍ଲା, ତାପସ ସେଠୀ, ବାବୁ ଜେନା, ବିଶ୍ୱଭୂଷଣ ମହାପାତ୍ର, ବୁନା ମହାନ୍ତି, ମଂଟୁ ମଲ୍ଲିକ, ଦେବରାଜ ମିଶ୍ର, ସୁବ୍ରତ ସେନାପତି, ଆଶିଷ ମଲ୍ଲିକ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories