www.samajalive.in
Saturday, December 6, 2025
16.1 C
Bhubaneswar

ନୂଆ ବୁଢାକେରା ସରସ୍ୱତୀ ଶିଶୁମନ୍ଦିର ପରିସରରେ ଶ୍ରଦ୍ଧାଞ୍ଜଳି ସଭା

ସୁଆଣ୍ଡୋ : ପୂର୍ବତନ ଅତିରିକ୍ତ ବିଡିଓ ସିଦ୍ଧେଶ୍ଵର ପଟ୍ଟନାୟକଙ୍କ ଅବର୍ତ୍ତମାନରେ ଶ୍ରଦ୍ଧାଞ୍ଜଳି ସଭା ନୂଆ ବୁଢାକେରା ସରସ୍ୱତୀ ଶିଶୁମନ୍ଦିର ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ ଟ୍ୟାଲେଣ୍ଟ ସର୍ଚ୍ଚ ଅନୁଷ୍ଠାନ ପକ୍ଷରୁ ଏହା କରା ଯାଇଥିଲା । ପ୍ରଥମେ ଫୁଲ ଧୂପ ପ୍ରଦୀପ ପ୍ରଜ୍ବଳନ କରାଯାଇ ଏକ ମିନିଟ ନିରବ ପ୍ରାର୍ଥନା ଶାନ୍ତି ପାଠ କରାଯାଇ ଥିଲା । ସୁବାସ ଚନ୍ଦ୍ର ଜେନା ସଭାରେ ଅଧ୍ୟକ୍ଷତା କରିଥିଲେ । ଦୁର୍ୟ୍ୟୋଧନ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରଫୁଲ୍ଲ ପରିଡା, ରତିକାନ୍ତ ମିଶ୍ର, ଚିତରଞ୍ଜନ ଦାଶ ,କୈଳାସ ମିଶ୍ର, ସରପଞ୍ଚ ପବିତ୍ର ମୋହନ ସ୍ୱାଇଁ, କାଳୁଚରଣ ମିଶ୍ର ପ୍ରମୁଖ ସ୍ୱର୍ଗତ ପଟ୍ଟନାୟକଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରତିବର୍ଷ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ଗୋପବନ୍ଧୁ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯିବ ବୋଲି ସଭାପତି ଶ୍ରୀ ଜେନା ଘୋଷଣା କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories