www.samajalive.in
Saturday, December 6, 2025
17.1 C
Bhubaneswar

ପୂଜ୍ୟ ପୂଜା ସଂସଦ ପକ୍ଷରୁ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ

ରେଙ୍ଗାଲି : ରେଙ୍ଗାଲି ବ୍ଳକ୍ ର ଲଇଡା ଠାରେ ଥିବା ପୂଜ୍ୟପୂଜା ସଂସଦ ପକ୍ଷରୁ ଶନିବାର ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁଙ୍କ ୧୪୪ତମ ଜୟନ୍ତୀ ପାଳିତ ହୋଇଯାଇଛି। ଅବସରପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରେଙ୍ଗାଲି ବ୍ଳକ୍ ସମାଜ ପ୍ରତିନିଧି ହରିହର ନାଥ,ସଂସଦର ସଭାପତି ସରୋଜ ପୂଜାରୀ, ଅଧ୍ୟାପକ ବିଶ୍ୱନାଥ ପଟେଲ, ସିଆର୍ ସିସି ତଥା ସଂସଦର କାର୍ଯ୍ୟକାରୀ ସମ୍ପାଦକ ସୁରେଶଚନ୍ଦ୍ର ସାହୁ, ସର୍ବାନନ୍ଦ ସରାଫ, ବନାମାଳି ସା ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବକ୍ତାମାନେ ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବହୁ ମୁଖୀ ପ୍ରତିଭା ଏବଂ ବ୍ୟକ୍ତିତ୍ୱ ସମାଜସେବା, ଓଡିଆ ଭାଷାର ସୁରକ୍ଷା ,ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ,ସ୍ୱାଧିନତା ସଂଗ୍ରାମ ଏବଂ ସାହିତ୍ୟ କ୍ଷେତ୍ରରେ ଅବଦାନର ସ୍ମୃତିଚାରଣ କରି ତାଙ୍କର ନୀତି ଆଦର୍ଶ ସର୍ବଦା ପ୍ରେରଣାର ଉତ୍ସ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉତ୍କଳମଣୀଙ୍କ ଫଟୋଚିତ୍ରରେ ପୂଜା ଅର୍ଚ୍ଚନା ଏବଂ ମାଲ୍ୟାର୍ପଣ କରାଯାଇଥିଲା। ଶେଷରେ ପୂର୍ବତନ ସମିତି ସଭ୍ୟ ଭବାନୀ ଶଙ୍କର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories