ରେଙ୍ଗାଲି : ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନିୟମ କମ୍ପାନୀ ପକ୍ଷରୁ ବମାଲୋଇ ଗ୍ରାମ ପାଖରେ ଥିବା ବେନ୍ଦୁଝରନ ନାଳାର ଉନ୍ନୟନ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଧିମତେ ପୂଜା ଅର୍ଚ୍ଚନା କରାଯିବା ପରେ ବମାଲୋଇ ସରପଞ୍ଚ ଶେଷଦେବ ପ୍ରଧାନ ଏବଂ ୟୁନିଟ୍ ମୁଖ୍ୟ ସମୀର ନାଏକ ଉନ୍ନୟନ କାମ ପାଇଁ ମାଟି ଖନନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଆଦିତ୍ୟ ଆଲୁମିନାର ଉପ-ସଭାପତି ତଥା ମାନବ ସମ୍ଭଳ ବିଭାଗ ମୁଖ୍ୟ ଡ.ବିବେକାନନ୍ଦ ମିଶ୍ର,ରାଜେଶ ଗୁପ୍ତା, ସତ୍ୟପ୍ରସାଦ ଦାଶ, ବିଜୟ କୁମୁରା,ସୌମ୍ୟ ଗୌଡା ପ୍ରମୁଖ କମ୍ପାନୀର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସହକାରୀ ମହାପ୍ରବନ୍ଧକ ଶ୍ୱେତା ଉପାଧ୍ୟାୟ ଏବଂ ମନୋରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Popular Categories



