www.samajalive.in
Sunday, December 14, 2025
19.1 C
Bhubaneswar

ଏଟିବିଏନ୍‍ ଓକିଲ ସଂଘର କାର୍ଯ୍ୟକାରୀ କମିଟି ବୈଠକ

ଆଠଗଡ :  ଆଠଗଡ, ତିଗିରିଆ, ବଡମ୍ବା, ନରସିଂହପୁରର ଓକିଲମାନଙ୍କୁ ନେଇ ଗଠିତ ଓକିଲ ସଂଘର ଏକ କାର୍ଯ୍ୟକାରୀ କମିଟି ବୈଠକ ରବିବାର ସ୍ଥାନୀୟ ମହାବୀର ପ୍ଲାଜାଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଫଣି ଭୂଷଣ ରଥଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନରସିଂହପୁର ଓକିଲ ସଂଘ ସଭାପତି ନିର୍ମଳେନ୍ଦୁ ମିଶ୍ର, ବଡମ୍ବା ଓକିଲ ସଂଘ ସଭାପତି ସନ୍ତୋଷ କୁମାର ବେହେରା, ଆଠଗଡର ବରିଷ୍ଠ ସଦସ୍ୟ ଅଦ୍ୱୈତ ଚରଣ ପଣ୍ଡା, ଓକିଲ ସଂଘର ସଂପାଦକ ବନବିହାରୀ ସାହୁ, ଉପସଭାପତି ଜ୍ଞାନ ପ୍ରକାଶ ଧଳସାମନ୍ତ, ତିଗିରିଆ ଓକିଲ ସଂଘ ପୂର୍ବତନ ସବାପତି ଶଙ୍କର୍ଷଣ ମହାନ୍ତି, ରମେଶ କୁମାର ମାଝି, ଆଠଗଡର ଆଇନଜୀବୀ ଜଗଦାନନ୍ଦ ତ୍ରିପାଠୀ, ପ୍ରକାଶ କୁମାର ସେଠୀ, ସୁବାସ ଚନ୍ଦ୍ର ସାହୁ, ପ୍ରମୋଦ କୁମାର ଜେନା, ରାମନାରାୟଣ ମହାନ୍ତି, ସୁଶାନ୍ତ ମହାପାତ୍ର, ପବିତ୍ର କୁମାର ମାଝି, ଅକ୍ଷୟ କୁମାର ସାହାଣୀ, ସ୍ୱାଗତା ସାହୁ, ଇଲା ପଣ୍ଡା, ସୁପ୍ରଭା ଦୋରା, ସାରଦା ପ୍ରସାଦ ପଟ୍ଟନାୟକ, ପଦାରବିନ୍ଦ ଜେନା ପ୍ରମୁଖ ଉଦ୍‍ବୋଧନ ଦେଇ ଏଟିବିଏନ ଓକିଲ ସଂଘର କାର୍ଯ୍ୟଶୈଳୀ ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥା ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ସଂଘର ଉନ୍ନତି ପାଇଁ ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ଏହି ବୈଠକରେ ସଂଘର ୨୭ତମ ସାଧାରଣ ବାର୍ଷିକ ଅଧିବେଶନ ମଧୁର ଜଳ ଦ୍ରହ ଅଂଶୁପା ନିକଟରେ ଆଶନ୍ତା ଡିସେମ୍ବର ୧୨ତାରିଖରେ ଆୟୋଜନ ପାଇଁ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ସାଧାରଣ ବାର୍ଷିକ ଅଧିବେଶନକୁ ମହା ଆଡମ୍ବର ଓ ଚିତାକର୍ଷକ କରିବା ପାଇଁ ବିଭିନ୍ନ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ବୈଠକରେ ଆଠଗଡ, ତିଗିରିଆ, ବଡମ୍ବା, ନରସିଂହପୁର, କଟକ, ଭୁବନେଶ୍ୱର, ବାଙ୍କୀ ଓ ଢେଙ୍କାନାଳ ଅଞ୍ଚଳରୁ ଆସିଥିବା ଶତାଧିକ ଆଇନଜୀବୀ ଯୋଗଦେଇ ଅନୁଷ୍ଠାନ କିପରି ଆଗକୁ ବଢିବ ସେ ସଂପର୍କରେ ମତାମତ ଦେଇଥିଲେ। ଏହି ବୈଠକ ପରିଚାଳନାରେ ବିଷ୍ଣୁପ୍ରସାଦ ଦାସ, ଅକ୍ଷୟ କୁମାର ଜେନା ଓ ସୁବାସ ଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories