www.samajalive.in
Thursday, December 11, 2025
26.1 C
Bhubaneswar

ଦିଲ୍ଲୀକୁ ହରାଇ ୯ମ ଫାଇନାଲରେ ଚେନ୍ନଇ

ଦୁବାଇ : ପ୍ରଥମ ଦଳ ଭାବେ ଚଳିତ ଆଇପିଏଲ୍‌ର ଫାଇନାଲରେ ପହଞ୍ଚିଛି ଚେନ୍ନଇ ସୁପର କିଙ୍ଗ୍‌ସ। ରବିବାର ଖେଳା ଯାଇଥିବା ରୋଚକ କ୍ବାଲିଫାୟର-୧ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୪ ୱିକେଟରେ ଚେନ୍ନଇ ପରାସ୍ତ କରିଛି। ପୃଥ୍ବୀ ସ’ ଓ ଋଷଭ ପନ୍ତ୍‌ଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଦିଲ୍ଲୀ ୫ ୱିକେଟରେ ୧୭୨ ରନ୍‌ କରି ପାରିଥିଲା। ଏହାର ପିଛାକରି ଚେନ୍ନଇର ରବିନ୍ ଉଥପ୍ପା ଓ ଋତୁରାଜ ଗାଏକ୍‌ୱାଡଙ୍କ ଅର୍ଦ୍ଧଶତକ ମାରିଥିଲେ। ପରେ ୬ଟି ବଲ୍‌ରୁ ମହେନ୍ଦ୍ର ସିଂହ ଧୋନିଙ୍କ ବିସ୍ଫୋରକ ଅପରାଜିତ ୧୮ ରନ୍‌ ବଳରେ ୨ଟି ବଲ୍‌ ବାକିଥାଇ ୬ ୱିକେଟ ହରାଇ ଚେନ୍ନଇ ବିଜୟୀ ହୋଇଥିଲା। ୩ ଥର ଚମ୍ପିଆନ୍ ହୋଇଥିବା ଚେନ୍ନଇ ଏହାକୁ ମିଶାଇ ୯ମ ଥର ଆଇପିଏଲ୍‌ ଫାଇନାଲରେ ପହଞ୍ଚିଛି। ତେବେ କ୍ବାଲିଫାୟର-୨ ମ୍ୟାଚ୍ ଜିତି ଫାଇନାଲ ଖେଳିବାର ସୁଯୋଗ ଏବେ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍‌ସ ପାଖରେ ରହିଛି।
୧୭୩ ରନ୍‌ ବିଜୟଲକ୍ଷ୍ୟରେ ଚେନ୍ନଇ ସୁପର କିଙ୍ଗ୍‌ସ ସହଳ ଫାଫ୍‌ ଡୁ ପ୍ଲେସି (୧)ଙ୍କ ୱିକେଟ ହରାଇଥିଲା। ତେବେ ୨ୟ ୱିକେଟ ପାଇଁ ଓପ୍‌ନର ଋତୁରାଜ ଗାଏକ୍‌ୱାଡ୍‌ ଓ ରବିନ୍ ଉଥପ୍ପା ଲଢ଼ୁଆ ବ୍ୟାଟିଂ କରିଥିଲେ। ୩୫ ବଲ୍‌ରେ ଉଥପ୍ପା ଅର୍ଦ୍ଧଶତକ ପୂରଣ କରିଥିଲେ। ୧୩ ଓଭରରେ ୧୧୦ ରନ୍‌ର ଭାଗିଦାରୀ ପରେ ଉଥପ୍ପା ଆଉଟ ହୋଇଥିଲେ। ଉଥପ୍ପା ୪୪ ବଲ୍‌ରୁ ୨ଟି ଛକା ଓ ୭ଟି ଚୌକା ସହ ଦର୍ଶନୀୟ ୬୩ ରନ୍‌ କରିଥିଲେ। ଏହାସହ ୬ ରନ୍‌ରେ ୩ଟି ୱିକେଟ ପଡ଼ିଥିଲା। ପିଞ୍ଚ୍ ହିଟର ସାର୍ଦୁଳ ଠାକୁର ପ୍ରଥମ ବଲ୍‌ରେ ଆଉଟ ହୋଇଥିଲେ। ଅମ୍ବତି ରାୟୁଡୁ ୧ ରନ୍‌କରି ରନ୍‌ଆଉଟ ହୋଇଥିଲେ। ପରେ ଋତୁରାଜ ଓ ମୋଇନ୍ ଅଲୀ ୫ମ ୱିକେଟ ପାଇଁ ଦ୍ରୁତ ୩୦ ରନ୍ ଯୋଡ଼ିଥିଲେ। ଋତୁରାଜ ୫୦ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୭୦ ରନ୍‌କରି ଆଉଟ ହୋଇଥିଲେ। ଚେନ୍ନଇ ଶେଷ ୨ ଓଭରରେ ୨୪ ଓ ଶେଷ ଓଭରରେ ୧୩ ରନ୍‌ ଆବଶ୍ୟକ କରୁଥିଲା। ମୋଇନ୍ ୧୬ ରନ୍‌କରି ଆଉଟ ହୋଇଥିଲେ। ତେବେ କ୍ରମାଗତ ୩ଟି ଚୌକାମାରି ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଚେନ୍ନଇକୁ ଜିତାଇଥିଲେ। ଧୋନି ୬ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ଅପରାଜିତ ୧୮ ରନ୍‌ର ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ। ଟମ୍ କରନ୍ ୩ଟି ୱିକେଟ ନେଇଥିଲେ। ଋତୁରାଜ ଗାଏକ୍‌ୱାଡ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ଚେନ୍ନଇ ସୁପର କିଙ୍ଗ୍‌ସ ଫିଲ୍‌ଡିଂ ନେଇଥିଲା। ୪ର୍ଥ ଓଭରରେ ଦିଲ୍ଲୀ କ୍ୟାପିଟାଲ୍‌ସ ୩୬ ରନ୍‌ କରିବା ପରେ ଶିଖର ଧାୱନ ୭ ରନ୍‌କରି ଆଉଟ ହୋଇଥିଲେ। ପରେ ଶ୍ରେୟାସ ଆୟର ୧ ରନ୍‌କରି ବିଦାୟ ନେଇଥିଲେ। ହେଲେ ଅନ୍ୟପଟେ ପୃଥ୍ବୀ ସ’ ଚମତ୍କାର ବ୍ୟାଟିଂ ଜାରି ରଖିଥିଲେ। ବ୍ୟାଟିଂ କ୍ରମରେ ପଦୋନ୍ନତି ପାଇଥିବା ଅକ୍ଷର ପଟେଲ ୧୦ ରନ୍‌ କରିଥିଲେ। ପୃଥ୍ବୀ ସ’ ବିସ୍ଫୋରକ ବ୍ୟାଟିଂକରି ୩୪ ବଲ୍‌ରେ ୩ଟି ଛକା ଓ ୭ଟି ଚୌକା ସହ ୬୦ ରନ୍‌ କରିଥିଲେ। ଏହାପରେ ଶେଷ ପର୍ଯ୍ୟନ୍ତ ଇନିଂସ ସମ୍ଭାଳିଥିଲେ ଅଧିନାୟକ ଋଷଭ ପନ୍ତ୍। ସିମ୍ରନ୍ ହେତ୍‌ମେୟରଙ୍କ ସହ ପନ୍ତ୍ ୫ମ ୱିକେଟ ପାଇଁ ୫୦ ବଲ୍‌ରେ ୮୩ ରନ୍ ଯୋଡ଼ିଥିଲେ। ହେତ୍‌ମେୟର ୨୪ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୭ ରନ୍‌ କରିଥିଲେ। ଋଷଭ ପନ୍ତ୍ ୩୫ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୫୧ ରନ୍‌କରି ଅପରାଜିତ ଥିଲେ। ଜୋସ୍ ହାଜେଲଉଡ୍‌ ୨ଟି ୱିକେଟ ନେଇଥିଲେ।

Hot this week

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

Related Articles

Popular Categories