www.samajalive.in
Monday, December 15, 2025
26.1 C
Bhubaneswar

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ ସଚେତନତା

ଆଠଗଡ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସ୍ୱାସ୍ଥ୍ୟ ସେକ୍ଟର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ରବିବାର ରାଧାଗୋବିନ୍ଦପୁର ଗ୍ରାମର ଅଙ୍ଗନବାଡି କେନ୍ଦ୍ରଠାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ଜନ ସଚେତନତା ସୃଷ୍ଟି କରାଯାଇଥିଲା। ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲିପ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‍ ଅସ୍‍ଲମ୍‍ ଏଥିରେ ସଂଯୋଜନା କରି ମାନସିକ ରୋଗର ବିଭିନ୍ନ କାରଣ, ନିରାକରଣ, ଚିକିତ୍ସା ଓ ସତର୍କତା ସଂପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ମାନସିକ ରୋଗର ପ୍ରକାର ଭେଦ ମଧ୍ୟରେ ସାଇକୋସିସ୍‍, ଡିପ୍ରେସନ, ମାନିଆ, ଅବସେସନ, ସୋମାଟୋଫର୍ମ, ଅପସ୍ମାର ବାତ, ଯୈାନ ସମସ୍ୟା, ନିଦ୍ରା ଜନିତ ସମସ୍ୟା, ଆଙ୍ଗଜାଇଟି, ନିଶାଦ୍ରବ୍ୟ ସେବନ, ଛୋଟ ପିଲାଙ୍କ ବ୍ୟକ୍ତିତ୍ୱରେ ପରିବର୍ତ୍ତନ ପ୍ରଭୃତି ରହିଛି। ଏପରି ସ୍ଥିତି ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସା କରାଇବା ଆବଶ୍ୟକ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ତରଫରୁ ଏଥିପାଇଁ ଏକ ହେଲ୍ପଲାଇନ ନମ୍ବର ୦୬୭୧-୨୨୦୪୪୮୮ ରହିଛି ଏବଂ ଏପରି ସମସ୍ୟା କୌଣସି ବ୍ୟକ୍ତିଙ୍କଠାରେ ପରିଲକ୍ଷିତ ହେଲେ ଏହି ନମ୍ବରରେ ଯୋଗାଯୋଗ କରିବା ପାଇଁ ଶ୍ରୀ ଅସଲମ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ପୁଷ୍ପଲତା ପ୍ରଧାନ, ଅଙ୍ଗନବାଡି କର୍ମୀ ପ୍ରଣତି ବେହେରା, ଆଶାକର୍ମୀ ବନିତା ରାଉତ, ସମାଜିକ କର୍ମୀ ରେଣୁବାଳା ଓ ଗାଁ କଲ୍ୟାଣ ସମିତିର ସଦସ୍ୟ ବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories