www.samajalive.in
Sunday, December 7, 2025
16.1 C
Bhubaneswar

ସ୍ଵାମୀ ଓ ସାନଭଉଣୀଙ୍କ ମୃତ୍ୟୁ ପରେ ବିଧବାଙ୍କ ମୁଣ୍ଡରେ ସାତ ଛେଉଣ୍ଡଙ୍କ ଭବିଷ୍ୟତ

ପାତ୍ରପୁର : ସ୍ୱାମୀଙ୍କ ମୃତ୍ୟୁର ତିନିମାସ ନପୁରୁଣୁ ସାନଭଉଣୀ (ସଉତୁଣୀ)ଙ୍କ ତିନି ଦିନ ତଳେ ଅକାଳମୃତ୍ୟୁ ପରେ ଜଣେ ଆଦିବାସୀ ବିଧବାଙ୍କ ମୁଣ୍ଡରେ ଏବେ ସାତ ଛେଉଣ୍ଡଙ୍କ ଭବିଷ୍ୟତର ବୋଝକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଏହି ଭଳି ଘଟଣା ପାତ୍ରପୁର ବ୍ଳକ ଆଙ୍କୁଲି ପଞ୍ଚାୟତ ଏଲଗଲ ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ଜଟେଶ୍ୱର ବେହେରାଙ୍କ ତିନି ମାସ ପୂର୍ବେ ମୃତ୍ୟୁ ହୋଇଥିଲା ।  ଏହା ପରେ ତାଙ୍କର ଦୁଇ ବିଧବା ପତ୍ନୀ ଜଙ୍ଗଲରେ ସ୍ୱାମୀ କରିଥିବା ବଗଡରେ ପରିବାର ପ୍ରତି ପୋଷଣ ପାଇଁ ଫସଲ କରି ଜଙ୍ଗଲ ଜନ୍ତୁଙ୍କ ଫସଲ ଖାଇ ନଷ୍ଟ କରିବା ଭୟରେ କୁଡ଼ିଆରେ ପିଲା ଛୁଆ ସହିତ ଜଗି ରହୁଥିଲେ । ତେବେ ତିନିଦିନ ପୂର୍ବେ ଜଟେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ ଯେମିନୀ ବେହେରା (୨୯)ଙ୍କ ବଗଡ ଘରେ ମୃତ୍ୟୁ ହୋଇଥିଲା। ଯେମିନୀଙ୍କ ତିନୋଟି ସନ୍ତାନ ଅଛନ୍ତି । ସେଥିମଧ୍ୟରୁ ବଡ ଝିଅ ଶିବାନୀ ତୁମ୍ବା କନ୍ୟା ଆଶ୍ରମରେ ଦିତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ମଝିଆ ସନ୍ତାନ ବିରେନ୍ଦ୍ର ବ୍ରହ୍ମପୁରରେ ରହି ପାଠ ପଢୁଥିବ। ବେଳେ ତିନି ବର୍ଷର ଏକ ପୁଅ ଭୀଷ୍ମ ରହିଛି । କେରୋନା ଯୋଗୁଁ ଦୁଇ ସନ୍ତାନଙ୍କ ପାଠ ପଢା ବନ୍ଦ ରହିଛି । ବାପାଙ୍କ ମୃତ୍ୟୁର ତିନି ମାସ ପରେ ଏବେ ମାଆଙ୍କ ମୃତ୍ୟୁପରେ ତିନି ସନ୍ତାନ ଏବେ ବାପା ମାଆ ଛେଉଣ୍ଡ ହୋଇ ପଡିଛନ୍ତି।

ଜଟେସ୍ୱରଙ୍କ ପ୍ରଥମ ପତ୍ନୀ ସାବିତ୍ରୀଙ୍କର ମଧ୍ୟ ଚାରୋଟି ସନ୍ତାନ ଅଛନ୍ତି । ସାବିତ୍ରୀଙ୍କୁ ବିବାହର କିଛିବର୍ଷ ପରେ ତାଙ୍କ ସାନ ଭଉଣୀ ଯେମିନୀଙ୍କୁ ଜଟେସ୍ୱର ଦ୍ୱିତୀୟ ପତ୍ନୀ ରୂପେ ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କ ଚାରି ସନ୍ତାନ ବଡ ଝିଅ ଭବାନୀ କନ୍ୟାଶ୍ରମରେ ତୃତୀୟ ଶ୍ରେଣୀରେ ପଢୁଥିବ। ବେଳେ ଏବେ କେରୋନା ପରେ ଘରେ ରହିଛି । ଅନ୍ୟ ଦୁଇ ଝିଅ ଅନିନା,ଗୁଳାପୀ ଥିବା ବେଳେ ସାନପୁଅ ପବିତ୍ର କୋଳ ଛାଡିନି। ଏବେ ଏହି ଚାରି ସନ୍ତାନ ବାପା ଛେଉଣ୍ଡ ହୋଇଛନ୍ତି। ଗତ ତିତଲି ବାତ୍ୟା ବେଳେ ଜଙ୍ଗଲ ପାଣି ଗ୍ରାମକୁ ମାଡିବା ଫଳରେ ତାଙ୍କରି ଘରଟି ଭସାଇ ନେଇ ଥିଲା । ତେବେ ଗ୍ରାମର କିଛି ଯୁବକ ଏହି ପରିବାରକୁ ବନ୍ୟା ଦାଉରୁ ରକ୍ଷାକରି ସ୍ଥାନାନ୍ତର କରି ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷାକରି ଥିଲେ। ଏହାପରେ ଘର ଭଙ୍ଗା ସହାୟତା ମିଳିଥିବା ବେଳେ ଆବାସ ଯୋଜନାରେ ଘର ଖଣ୍ଡେ ଆଜି ପର୍ଯ୍ୟନ୍ତ ମିଳି ପାରିନାହିଁ । ସ୍ୱାମୀଙ୍କ ମୃତ୍ୟୁପରେ ପରିବାର ମଙ୍ଗଳ ଯୋଜନାରେ ସହାୟତା ବିଧବା ଭତ୍ତା ମିଳି ନଥିବା ବେଳେ ସାନ ଭଉଣୀ(ସାଉତୁଣୀ) ଙ୍କ ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ମିଳି ପାରିନାହିଁ । ଏହି ଭଳି ଅବସ୍ଥାରେ ସାତ ସନ୍ତାନଙ୍କ ବୋଝ ବିଧବା ସ।ବିତ୍ରୀ ମୁଣ୍ଡାଇ ପିଲାଙ୍କ ଅନିଶ୍ଚିତ ଭବିଷ୍ୟତକୁ ନେଇ ଦୁଃଖରେ ଦିନ କାଟୁଛନ୍ତି । ତିନି ପାର୍ଶ୍ୱରେ ଜଙ୍ଗଲ ଗୋଟିଏ ପାର୍ଶ୍ୱରେ ବାଘଲଟି ଜଳଭଣ୍ଡାର ଥିବା ଦୁର୍ଗମ ଗ୍ରାମର ଏହି ଗରିବ ଆଦିବାସୀ ପରିବାର ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସହାୟତା ଯୋଗାଇ ଦେଇ ଦୁଃଖ ଲାଘବ ହୋଇ ପାରିବ ବୋଲି ସାଧାରଣରେ ଦାବି ହେଉଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories