www.samajalive.in
Sunday, December 14, 2025
26.1 C
Bhubaneswar

ଲାଞ୍ଜିଗଡର ଦୁର୍ଗମ ଅଞ୍ଚଳରେ ଜଙ୍ଗଲୀ ହାତୀ ଉପଦ୍ରବ : ଘର ଭାଙ୍ଗିଲେ,ଖାଦ୍ୟଶସ୍ୟ ନଷ୍ଟକଲେ

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ଦିର୍ଘଦିନ ହେଲା ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ଆଜି ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ଲାଞ୍ଜିଗଡ ବ୍ଲକ ଅର୍ନ୍ତଗତ ଚମ୍ପାଦେଇ ପଞ୍ଚାୟତ ସାନ ଜାମକିହେଜୁ ଗାଁରେ। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏକ ଜଙ୍ଗଲୀ ହାତୀପଲ୍ଲ ସାନ ଜାମକିହେଜୁ ଗାଁକୁ ଆସିଥିଲେ । ହାତୀର ଗର୍ଜନ ଶୁଣି ଗାଁ ଲୋକେ ଭୟଭିତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ। ହାତୀପଲ୍ଲ ପ୍ରଥମେ ଗାଁର ଉଦ୍ଧବ ହରିଜନଙ୍କ ଘରକୁ ସମ୍ପୁର୍ଣ୍ଣ ଭାଙ୍ଗି ଦେଇଥିବା ବେଳେ ଘରର ବାସନ କୁସନ ଓ ଖାଦ୍ୟଶସ୍ୟ ମଧ୍ୟ ନଷ୍ଟ କରିଦେଇଛନ୍ତି । ସେଭଳି ଗାଁର ବେଣୁଧର ମାଝୀର ଘରକୁ ମଧ୍ୟ ହାତୀପଲ୍ଲ ଭାଙ୍ଗି ଦେଇଥିବା ଜଣାପଡିଛି । ଏହା ପରେ ଗ୍ରାମର ୫ ରୁ ଅଧିକ ଲୋକଙ୍କ ପ୍ରାୟ ୧୦ ଏକର ଧାନ, ମକା ଫସଲ ନଷ୍ଟ କରିଥିବା ଜଣା ପଡ଼ିଛି । ଖବର ପାଇ ବନ ବିଭାଗ ପକ୍ଷରୁ ଗାଁକୁ ଯାଇ ଗ୍ରାମବାସୀଙ୍କ ସହଯୋଗରେ ହାତୀ ଘଉଡ଼ାଇ ଥିବା ଜଣା ପଡ଼ିଛି।ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳରେ ଏହି ଜଙ୍ଗଲି ହାତୀପଲ୍ଲ ଜଙ୍ଗଲ ଛାଡି ଗାଁ ମୁହାଁ ହେଉଥିବାରୁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବନବିଭାଗ ଗାଁ ମୁହା ହେଉଥିବା ହାତୀପଲ୍ଲ ଉପରେ ନଜର ରଖିଥିବା ପ୍ରକାଶ କରିଛନ୍ତି। ବର୍ତ୍ତମାନ ଘରଦ୍ୱାର ଭାଙ୍ଗି ଯିବା ପରେ ଉଦ୍ଧବ ହରିଜନ ଓ ବେଣୁଧର ମାଝୀ ସରକାରଙ୍କ ସହାୟତା ଅପେକ୍ଷାରେ ରହିଛନ୍ତି । ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦ ଘଟଣା ସ୍ଥଳକୁ ଯାଇ କ୍ଷତିଗ୍ରସ୍ତ ଲୋକଙ୍କ ସହିତ ଅଲୋଚନା କରିଥିବା ଜଣାପଡିଛି ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories