www.samajalive.in
Sunday, December 14, 2025
15.1 C
Bhubaneswar

ଚୌଦ୍ୱାରରେ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ

ଚୌଦ୍ୱାର : ଚୌଦ୍ୱାରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିତ, ସାହିତ୍ୟିକମାନେ ଓ.ଟି.ଏମ୍ ପରିବା ମାର୍କେଟସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିବା ସହିତ ତାଙ୍କର ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିଥିଲେ ।  ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ, ଅବସରପ୍ରାପ୍ତ ଶିକ୍ଷକ ସଂଘ ସଂପାଦକ ସୁକାନ୍ତ କୁମାର ମହାନ୍ତି, ଉତ୍କଳ ପୂଜନ ପରିଷଦ ସଭାପତି କୈଳାସ ଚନ୍ଦ୍ର ବରାଳ, ଡାଳିଯୋଡ଼ା ସାହିତ୍ୟ ସଂସଦ ସଂପାଦକ ଶ୍ରୀନିବାସ ବେହେରା, ଟାଙ୍ଗୀ-ଚୌଦ୍ୱାର ଆଇନଜୀବୀ ସଂଘର ସଂପାଦକ ଚନ୍ଦ୍ର ପ୍ରକାଶ ପଟ୍ଟନାୟକ, କବି ଈଶ୍ୱର ଜେନା, ବୈରାଗୀ ଚରଣ ପ୍ରଧାନ, ବୈଷ୍ଣବ ଚରଣ ପ୍ରଧାନ, ସରିତା ଦାସ, ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଅଧ୍ୟକ୍ଷ ମାନସ କୁମାର ସାହୁ, କିଶୋର ମହାନ୍ତି, ଆଶୁତୋଷ ଦାସ, ଉଦ୍ଧାର ଫାଉଣ୍ଡେସନ୍ ସଭାପତି ନରୋତ୍ତମ ଦାସ, ପ୍ରଦ୍ୟୁମ୍ନ ସାହୁ, ଶରତ ଚନ୍ଦ୍ର ସେଠୀ, ନିରଞ୍ଜନ ବେହେରା, ବିନମ୍ର ପ୍ରସାଦ ମହାପାତ୍ର ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

କବି ଇଂ ହରିହର ରଣା, ଭାଗବତ ରାଉତ, ଇଂ ଭାଗିରଥୀ ସାହୁ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ଚୌଦ୍ୱାର ସାହିତ୍ୟ ସଂସଦ ସଂପାଦକ ଦିବ୍ୟଜ୍ୟୋତି ପାଣି ପ୍ରାରମ୍ଭିକ ସୂଚନା ଓ ଯୁଗ୍ମ ସଂପାଦକ ଭାସ୍କର ପ୍ରସାଦ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଚୌଦ୍ୱାର ପ୍ରେସ କ୍ଳବର ସଭାପତି ସମାଜସେବୀ ଦାମୋଦର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ରମେଶ ଚନ୍ଦ୍ର ସାମଲ, ସାମ୍ବାଦିକ ଗଙ୍ଗାଧର ସାହୁ, ଉପଦେଷ୍ଟା ଏସ୍.କେ.ପଣ୍ଡା, ଆଶୁତୋଷ ଦାସ, ପ୍ରକାଶ କୁମାର ନାୟକ, ସୁଧାକର ସାମନ୍ତରାୟ,ଅଜିତ୍ କୁମାର ସ୍ୱାଇଁ, ଲକ୍ଷ୍ମୀଧର ଦାସ, ଜୟପ୍ରଦୀପ ଦାସ ସୁରେଶ ପୃଷ୍ଟି ପ୍ରମୁଖ ଉତ୍କଳ ମାଣିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଭାପତି ଶ୍ରୀ ସାହୁ ଗୋପବନ୍ଧୁଙ୍କ ଜୀବନୀ ଆଲୋଚନା କରିଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories