www.samajalive.in
Wednesday, December 10, 2025
16.1 C
Bhubaneswar

ବାକ ସ୍ୱାଧୀନତା ପାଇଁ କରିଥିବା ସଂଘର୍ଷ ଲାଗି ୨ ସାମ୍ବାଦିକଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର ୨୦୨୧

ନୂଆଦିଲ୍ଲୀ: ଫିଲିପାଇନ୍ ସାମ୍ବାଦିକ ମାରିୟା ରେସ୍ସା ଓ ଋଷିୟ ସାମ୍ବାଦିକ ମୁରାତୋବଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ୨୦୨୧ ପାଇଁ ମନୋନୟନ କରାଯାଇଛି। ବାକ ସ୍ୱାଧୀନତା ପାଇଁ କରିଥିବା ସଂଘର୍ଷ ପାଇଁ ତାଙ୍କୁ ଶାନ୍ତି ପୁରସ୍କାର ମିଳିବ। ଏହି ଦୁଇ ସାମ୍ବାଦିକ ନିଜ ନିଜ ଦେଶରେ ବାକ୍ ସ୍ୱାଧୀନତା ନେଇ ଅନେକ ସଂଘର୍ଷ କରିଛନ୍ତି ବୋଲି ଶୁକ୍ରବାର  ନରୱେ ନୋବେଲ ସମିତିର ଅଧ୍ୟକ୍ଷ  ବେରିଟ୍ ରୀସ ଆଣ୍ଡରସନ ଘୋଷଣା କରିଛନ୍ତି।  ମୋଟ ୩୨୯ଜଣଙ୍କ ମଧ୍ୟରୁ ମାରିଆ ରେସା ଏବଂ ଦିମିତ୍ରି ମୁରାତୋଭ ନୋବେଲ ଶାନ୍ତି ପୁରସ୍କାର ୨୦୨୧ପାଇଁ ମନୋନୀତ ହୋଇଛନ୍ତି। ନୋବେଲ ଶାନ୍ତି ପୁରସ୍କାର ବିଜେତାଙ୍କୁ ବର୍ତ୍ତମାନ ୧.୧ ମିଲିୟନ ଡଲାରର ପୁରସ୍କାର ରାଶି ପ୍ରଦାନ କରାଯିବ।

ନୋବଲ ମନୋନୟନ କମିଟି ଦୁଇ ସାମ୍ବାଦିକଙ୍କ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ସ୍ୱତନ୍ତ୍ର, ନିରପେକ୍ଷ ଓ ତଥ୍ୟ ଆଧାରିତ ସାମ୍ବାଦିକତା କ୍ଷମତାର ଦୁରୁପଯୋଗ, ମିଥ୍ୟା ଓ ଯୁଦ୍ଧରୁ ବି ରକ୍ଷା କରିଥାଏ। ବାକ୍ ସ୍ୱାଧୀନତା ଓ ଗଣମାଧ୍ୟମର ସ୍ୱାଦୀନତା ବିନା ଦେଶ ଦେଶ ମଧ୍ୟରେ ଭାଇଚାରା ଓ ନିରସ୍ତ୍ରକରଣକୁ ପ୍ରୋତ୍ସାହନ ଦେବା କଠିନ୍ନ କାମ। ରେସ୍ସା କହିଛନ୍ତି “ତଥ୍ୟ ବିନା କିଛି ସମ୍ଭବ ନୁହେଁ, ସତ୍ୟ ଓ ବିଶ୍ୱାସ ବିନା ଦୁନିଆର ଅବସ୍ଥା ଯେମିତି ହେବ ସେହିପରି ତଥ୍ୟ ବିନା ବି ଦୁନିଆ ସେମିତି ହେବ।” ତେଣୁ ଚଳିତ ଥର ଏହି ଦୁଇ ନିର୍ଭିକ ସାମ୍ବାଦିକଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ୨୦୨୧ ପାଇଁ ଚୟନ କରାଯାଇଛି ବୋଲି କମିଟି ଘୋଷଣା କରିଛି।

- Advertisement -

ଗଣତନ୍ତ୍ର ଏବଂ ଗଣମାଧ୍ୟମର ସ୍ୱାଧୀନତା ଦିନକୁ ଦିନ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଥିବା ବେଳେ ମାରିଆ ରେସା ଏବଂ ଦିମିତ୍ରି ମୁରାତୋଭ ବାକ୍‌ ସ୍ବାଧୀନତାକୁ ସୁରକ୍ଷା ଦେଉଥିବା ସାମ୍ବାଦିକଙ୍କ ପ୍ରତିନିଧୀ ପାଲଟିଛନ୍ତି। ୨୦୧୨ରୁ, ରେସା ଅନୁସନ୍ଧାନକାରୀ ସାମ୍ବାଦିକତା ପାଇଁ ଏକ ଡିଜିଟାଲ୍ ମିଡିଆ କମ୍ପାନି ରାପ୍ଲରର ସହ-ପ୍ରତିଷ୍ଠାତା ଭାବେ କାମ ଆରମ୍ଭ କରିଥିଲେ, ଯାହାକି ସେ ଏପର୍ଯ୍ୟନ୍ତ ଜାରି ରଖିଛନ୍ତି। ନିଜ ଡିଜିଟାଲ ମିଡିଆ କମ୍ପାନି ଦ୍ବାରା ସେ ଅନେକ ଅପରାଧର ଅନୁସନ୍ଧାନ କରିଛନ୍ତି। ସେହିପରି ମୁରାତୋଭ ୧୯୯୩ ରେ, ନୋଭାୟା ଗଜେତା ନାମକ ଖବରକାଗଜର ପ୍ରତିଷ୍ଠା କରିଥିଲେ। ନିଜ ଖବରକାଗଜ ଜରିଆରେ ସେ ବାକ୍‌ ସ୍ବାଧୀନତାକୁ ସୁରକ୍ଷା ଦେଇଥିବା ସହ ୧୯୯୫ମସିହାରୁ ଏହାର ମୁଖ୍ୟ ସମ୍ପାଦକ ଭାବରେ କାର୍ଯ୍ୟ କରିଆସୁଛନ୍ତି।

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

Related Articles

Popular Categories