www.samajalive.in
Saturday, December 13, 2025
18.1 C
Bhubaneswar

ଜେଲ୍‌ରେ ହେବ ହାଁସଦାଙ୍କୁ ଜେରା

ଭୁବନେଶ୍ୱର: ନବଦିଗନ୍ତ ଚିଟ୍‌ଫଣ୍ଡ ଦୁର୍ନୀତିରେ ଜଡ଼ିତ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଜେଲରେ ଜେରା କରାଯିବ । ଏଥିପାଇଁ ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ସିବିଆଇ ଅଦାଲତ ଶନିବାର କେନ୍ଦ୍ର ସରକାରଙ୍କ କର୍ପୋରେଟ ଆଫାୟାର୍ସ ମନ୍ତ୍ରାଳୟକୁ ଅନୁମତି ଦେଇଛନ୍ତି। ମନ୍ତ୍ରାଳୟର ସ୍ୱତନ୍ତ୍ର ଦଳ ଝାରପଡ଼ା ଜେଲରେ ହାଁସଦାଙ୍କୁ ୨୦ରେ ପଚରାଉଚରା କରିବେ। ସଂସ୍ଥା କେଉଁ ପରିସ୍ଥିତିରେ ଓ କିପରି କର୍ପୋରେଟ ଆଫାୟାର୍ସ ମନ୍ତ୍ରାଳୟରେ ପଞ୍ଜିକୃତ ହୋଇଥିଲା ସେ ସମ୍ବନ୍ଧରେ ତାଙ୍କ ନିକଟରୁ ତଥ୍ୟ ସଂଗ୍ରହ ପାଇଁ ମନ୍ତ୍ରାଳୟ ପୂର୍ବରୁ ସିବିଆଇ କୋର୍ଟର ସ୍ୱତନ୍ତ୍ର ସିଜେଏମଙ୍କୁ ଅନୁମତି ଦେବାକୁ ନିବେଦନ କରିଥିଲା। ଚିଟ୍‌ଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ସାଂସଦ ରାମଚନ୍ଦ୍ର ୨୦୧୪ ନଭେମ୍ବର ୪ରୁ ଜେଲ ହାଜତରେ ଅଛନ୍ତି। ପରେ ସିବିଆଇ ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତି ଓ ସୁବର୍ଣ୍ଣ ନାୟକଙ୍କୁ ଗିରଫ କରିଥିଲା। ସିବିଆଇ ନବଦିଗନ୍ତର ମୁଖ୍ୟ ଅଞ୍ଜନ, ପ୍ରଦୀପ ଓ କାର୍ତ୍ତୀକେୟଙ୍କୁ ଗିରଫ କରି ୬ ଦିନ ରିମାଣ୍ଡରେ ନେଇ ପଚରାଉଚରା କରି ଅଞ୍ଜନଙ୍କଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବା ପରେ ସାଂସଦ ହାଁସଦାଙ୍କୁ ଗିରଫ କରିଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories